Webportal

,ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଲା ବାଇକ୍, ୨ ଜଣଙ୍କ ମୃତ୍ୟୁ

0 212

ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ଉଲୁଡା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଲା ବାଇକ୍, ୨ ଜଣଙ୍କ ମୃତ୍ୟୁ।ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ଉଲୁଡା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଘଟଣା ସ୍ଥଳରେ ଦୁଇ ଜଣ ସାଙ୍ଗଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ସାଙ୍ଗ ଜଣେ ଗୁରୁତର ହୋଇଛନ୍ତି।ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକେ ନିକଟସ୍ଥ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଥିଲେ। ମାତ୍ର ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।ମୃତ ଦୁଇ ଯୁବକ ହେଉଛନ୍ତି ବସ୍ତା ଥାନା ବୃନ୍ଦାବନପୁର ଗ୍ରାମର ବିଶ୍ବ ବିକାଶ ପରିଡ଼ା ଏବଂ ଅନ୍ୟ ଜଣେ ବାହାର୍ଦ୍ଦା ଗ୍ରାମର ଆକାଶ ଭକ୍ତା। ଗୁରୁତର ହୋଇଥିବା ଯୁବକ ଜଣକ ହେଉଛନ୍ତି ବୃନ୍ଦାବନପୁର ଗ୍ରାମର ସୁନୀଲ ବେହେରା।ଖବର ପାଇ କମର୍ଦ୍ଦା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଘନ କୁହୁଡ଼ି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

Leave A Reply

Your email address will not be published.