Webportal

ଚୋରା କୋଇଲା ଜବତ

0 244

ଅନୁଗୁଳ ଜିଲ୍ଲା ର ତାଳଚେର ଅଞ୍ଚଳ ଏବେ କୋଇଲା ମାଫିଆଙ୍କ ଚରାଭୂଇଁ ପାଲଟିଥିବା ବେଳେ ପୋଲିସ ପକ୍ଷରୁ ମଧ୍ୟ ତୁହାକୁ ତୁହା ଛାନଭିନ କରାଯାଇ ଚୋରା କୋଇଲା ଜବତ କରାଯାଉଛି l ଏଭଳି ସ୍ଥିତିରେ କୌଣସି ସୂତ୍ରରୁ ଖବର ପାଇ ତାଳଚେର ପୋଲିସ ଏବଂ ଡେପୁଟି ଡାଇରେକ୍ଟର ଅଫ୍ ମାଇନ୍ସ, ତାଳଚେର ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ଏମ୍.ସି.ଏଲ ଲିଙ୍ଗରାଜ କୋଇଲା ଖଣି ନିକଟସ୍ଥ ପିତାବଳୀ ଏବଂ ବାଙ୍କଧରା ଅଂଚଳରେ ପ୍ରାୟ ୨ଶହ ଟନ୍ ଚୋରା କୋଇଲା ଜବତ କରାଯାଇଛି । ଏହି ଘଟଣାରେ କାହାରିକୁ ଗିରଫ କରା ଯାଇପାରିନି। ଜବତ ସମସ୍ତ କୋଇଲାକୁ ଲିଙ୍ଗରାଜ କ୍ଷେତ୍ର ମହାପ୍ରବନ୍ଧକଙ୍କୁ ହସ୍ତାନ୍ତର କରାଯାଇଛି। ଏକ ବଡ ରାକେଟ ମାଧ୍ୟମରେ ମାଫିଆମାନେ ଖଣିରୁ ଚୋରାରେ  କୋଇଲା ରାଜ୍ୟର ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିବାର ସନ୍ଦେହ କରାଯାଉଛି

Leave A Reply

Your email address will not be published.