Webportal

ଚୋରା କାଠବୋଝେଇ ଗାଡି ଜବତ, ଦୁଇ ଗିରଫ

0 230

ବଲାଙ୍ଗୀରରେ ଗତକାଲି ବନ ବିଭାଗ ସାରା ସହର ରେ ପେଟ୍ରୋଲିଂଗ ଚଳେଇ ଥିବାବେଳେ ଗୋଟିଏ କାଠପଟା ବୋଝେଇ ଟାଟା ଏସଗାଡି ଠାବକରି ଜବତ କରିଛି। ଉକ୍ତ ଗାଡିଟି ଲୋଇସିଂହା ରୁ ବଲାଙ୍ଗୀର ମାଲପଡା ସ୍ଥିତ ମେଟାକାନି ମନ୍ଦିର ନିକଟକୁ ଆସିଥିଲା ।ସେହି ଗାଡ଼ିରେ ଥିବା କାଠପଟା ସହ ଦୁଇ ଜଣକୁ ମଧ୍ୟ ଗିରଫ କରାଯାଇଛି। ଜବତ କାଠପଟା ପାଖା ପାଖି ୨୫ ସିଫଟି ହେବବୋଲି ବନ ବିଭାଗର ରେଞ୍ଜ ଅଫିସର ଶ୍ରୀ ବି.କେ. ଖୁଣ୍ଟିଆ ଏକ ସାମ୍ବାଦିକ ସମ୍ବିଳନୀ ରେ କହିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି ଯେ,ପ୍ରତିଦିନ ବଢିବାରେ ଲିଗିଛି ଏହି କାଠପଟା ଚାଲାଣ ଓ ଦୁଇ ଦିନ ତଳେ ମଧ୍ୟ ବିପୁଳ ପରିମାଣ ରେ କାଠପଟା ବନ ବିଭାଗ ଦ୍ଵାରା ଜବତ କରାଯାଇଥିଲା । ଏବଂ ସେ ସ୍ୱଷ୍ଟ ଭାବରେ କହିଛନ୍ତି ବଲାଙ୍ଗୀର ରେ ଏବେ ବହୁତ ଗୁଡିଏ ବଙ୍ଗାଳି କାରିଗର ଆସି କାଠପଟା ଚୋରି କ୍ଷେତ୍ରରେ ନିଜ ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିପଡିଛନ୍ତି ଓ ଆଜି ମଧ୍ୟ ଯେଉଁ କାଠ ଚୋର ଧରାଯାଇଛି ସେମାନେ ମଧ୍ୟ ବଙ୍ଗାଳି ବୋଲି ଶ୍ରୀ ଖୁଣ୍ଟିଆ ପ୍ରକାଶ କରିଛନ୍ତି

Leave A Reply

Your email address will not be published.