Webportal

ଚେକିଂ ସମୟରେ ଗାଡି ଅଟକାଇବାକୁ ଯାଇ ପୋଲିସ କର୍ମଚାରୀ ମୃତ

0 287

କାଲି ସନ୍ଧ୍ୟାରେ  ବାରିପଦା ଟାଉନ ଥାନା ଅନ୍ତର୍ଗତ  ସ୍ଥାନୀୟ ତକତପୁରରେ ନିଜ ଟିମ୍ ସହିତ ଗାଡି ଚେକିଂ କରୁଥିଲେ ପୁଲିସ୍ ଏସ୍ଆଇ ଦୟାନିଧି ଦାସ। ଏକ ମୋଟର ସାଇକେଲ୍ ଆରୋହୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ଶ୍ରୀ ଦାସ। ମାତ୍ର ଉକ୍ତ ମୋଟରସାଇକେଲ୍ ଆରୋହୀ ଅଟକିବା ପରିବର୍ତ୍ତେ ଦ୍ରୁତ ଗତିରେ ଆସି ପୁଲିସ୍ ଅଧିକାରୀ ଶ୍ରୀ ଦାସଙ୍କୁ ଧକା ଦେଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ପିଆରଏମ୍ ହସ୍ପିଟାଲକୁ ନିଆଯାଇଥିଲା। ଗୁରୁତର ଅବସ୍ଥାରେ ଥିବା ପୋଲିସ ଅଧିକାରୀ ଙ୍କ ର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ଦୁର୍ଘଟଣା ଘଟାଇଥିବା ମୋଟର ସାଇକେଲ୍ ଚାଳକଙ୍କୁ ଗାଡି ସହିତ ଅଟକ ରଖାଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.