Webportal

ଚିଟଫଣ୍ଡ କମିଶନଙ୍କ ତଦନ୍ତ ବନ୍ଦ

0 309

ଜମାକାରୀଙ୍କ ଆଶାରେ ପଡିଛି ପୂର୍ଣ୍ଣଛେଦ।ମୁଣ୍ଡର ଝାଳ ତୁଣ୍ଡରେ ମାରି କଷ୍ଟ ଉପାର୍ଜିତ ଧନକୁ ସଞ୍ଚୟ କରିଥିବା ଜନସାଧାରଣ ଶେଷରେ ଧୋକାର ସମ୍ମୁଖୀନ ହୋଇଛନ୍ତି।ଚିଟଫଣ୍ଡ ଠକେଇର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ କମିଶନ ଗତକାଲିଠାରୁ ତାଙ୍କର ଶୁଣାଣି ବନ୍ଦ ରଖିଛନ୍ତି।କମିଶନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଫେବ୍ରୁଆରୀ ୪ରେ ଶେଷ ହୋଇଥିବାରୁ ଏହାକୁ ଆଉ ବୃଦ୍ଧି କରାଯାଇନାହିଁ। ତେଣୁ କମିଶନ ବସିବ ନାହିଁ ବୋଲି ନୋଟିସ ଲଗାଯାଇଛି।ଚିଟଫଣ୍ଡ ଠକେଇ ବିଚାର ବିଭାଗୀୟ ତଦନ୍ତ ପାଇଁ ୨୦୧୩ ଜୁଲାଇ ୯ ତାରିଖରେ କମିଶନ ଗଠନ କରାଯାଇଥିଲା।କମିଶନଙ୍କ କାର୍ଯ୍ୟକାଳ ବିଭିନ୍ନ ସମୟରେ ୩ ମାସ ଓ ପରେ ୬ମାସକୁ ବୃଦ୍ଧି କରାଯାଇଥିଲା।ଶେଷଥର ଲାଗି ୨୦୧୯ ମସିହା ଅଗଷ୍ଟ ୪ତାରିଖରେ କମିଶନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ହୋଇଥିବାବେଳେ ସରକାର ଏହାକୁ ୬ମାସ ପାଇଁ ବୃଦ୍ଧି କରିଥିଲେ।

Leave A Reply

Your email address will not be published.