Webportal

ଗୋଆରେ ବ୍ରିଟିଶ ମହିଳାଙ୍କୁ ଦୁଷ୍କର୍ମ

0 143

ଗୋଆରେ ପୁରୁଷବନ୍ଧୁଙ୍କ ସାମ୍ନାରେ ବ୍ରିଟିଶ ମହିଳାଙ୍କୁ ଦୁଷ୍କର୍ମ । ଏହି ମାଲାରେ ପୁଲିସ ଜଣେ ୩୨ ବର୍ଷୀୟ ଯୁବକଙ୍କୁ ଗିରଫ କରି ଜେଲ ପଠାଇଛି। ଅଭିଯୁକ୍ତ ଯୁବକ ଜଣକ ହେଲେ ଜୋଏଲ ୱିନ୍ସେଣ୍ଟ ଡିସୁଜା। ସେ ବ୍ରିଟିଶ ମହିଳାଙ୍କ ଜୁନ୍ ୨ ତାରିଖରେ ଦୁଷ୍କର୍ମ କରିଥିଲେ। ସେହିଦିନ ନର୍ଥ ଗୋଆର ଅରମ୍ବୋଲ ବିଚ୍ ନିକଟ ସ୍ୱିଟ୍ ଲେକରେ ବ୍ରିଟିଶ ମହିଳା ଜଣକ ବିଶ୍ରାମ ନେଉଥିଲେ। ଏହି ସମୟରେ ଜୋଏଲ ଉକ୍ତ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ। ଏନେଇ ପୀଡିତା ନିଜ ସ୍ୱାମୀଙ୍କ ସହ ମିଶି ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।

ସେପଟେ ବ୍ରିଟିଶ ମହିଳା ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଜୁନ୍ ୨ ତାରିଖରେ ସମୁଦ୍ର କୂଳରେ ତାଙ୍କ ସାଥିଙ୍କ ସହ ଶୋଇଥିବା ବେଳେ ଜୋଏଲ ସେଠାରେ ପହଞ୍ଚି ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏହି ଅଭିଯୋଗରେ ବର୍ତ୍ତମାନ ପୁଲିସ ଜୋଏଲ୍କୁ ଗିରଫ କରି ତଦନ୍ତ ଜାରି ରଖିଛି। ପୋଲିସ କହିଛି ଯେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୬ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ପ୍ରଥମ ସୂଚନା ରିପୋର୍ଟ ପଞ୍ଜିକୃତ ହୋଇଛି। ଅଭିଯୁକ୍ତ ବ୍ୟକ୍ତି ଏବଂ ମହିଳାଙ୍କୁ ପାନଜୀ ନିକଟ ମାପୁସା ସହରର ଜିଲ୍ଲା ଡାକ୍ତରଖାନାରେ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Leave A Reply

Your email address will not be published.