Webportal

ଗୁପଚୁପ ପାଇଁ ଆତ୍ମହତ୍ୟା

0 197

ମହାରାଷ୍ଟ୍ରର ପୁଣେରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କର ଗୁପଚୁପ୍‍ ଖାଇବାରେ ନାପସନ୍ଦ (କ୍ରୋଧ)ହୋଇ ତାଙ୍କ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ବୋଲି ଜଣାପଡିଛି। ବିଷ ପିଇବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ସ୍ତ୍ରୀକୁ ଆତ୍ମହତ୍ୟା କରିବା ପାଇଁ ଉସକାଇବା ଅଭିଯୋଗରେ ପୁଲିସ ଉକ୍ତ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି।ସୂଚନା ଅନୁଯାୟୀ,ପୁଣେର ଅମ୍ବେଗାଓଁ ପଠାରେ ପ୍ରତୀକ୍ଷା ସରବଡେର ରହୁଥିଲେ। ୨୦୧୯ରେ ତାଙ୍କ ବିବାହ ଗହିହିନାଥଙ୍କ ସହ ହୋଇଥିଲା। ତାଙ୍କର ଏକ ୧୮ ମାସର ଶିଶୁ ମଧ୍ୟ ରହିଛି। ପ୍ରତୀକ୍ଷା ଓ ଗହିହିନାଥଙ୍କ ମଧ୍ୟରେ ଛୋଟମୋଟ ଝଗଡା ଲାଗି ରହୁଥିଲା। ଥରେ ଝଗଡା ହେବା ସମୟରେ ପ୍ରତୀକ୍ଷା ତାଙ୍କ ସ୍ୱାମୀଙ୍କୁ କହିଥିଲେ ଯଦି ସେ କେବେ ଗୁପଚୁପ୍‍ ଖାଇବେ ତେବେ ସେ ବିଷ ପିଇଦେବେ। ସେଭଳି ହିଁ ହୋଇଛି। ଶୁକ୍ରବାର ଗହିହିନାଥ ବଜାରରୁ ଘରକୁ ଫେରୁଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ପାଇଁ ଗୁପଚୁପ ଆଣିଥିଲେ। ମାତ୍ର ପ୍ରତୀକ୍ଷା ତାଙ୍କ ହାତରେ ଗୁପଚୁପ ଦେଖି ରାଗି ଯାଇଥିଲେ। ୨ ଜଣଙ୍କ ମଧ୍ୟରେ ଏହାକୁ କେନ୍ଦ୍ର କରି ଅନେକ ସମୟ ପର୍ଯ୍ୟନ୍ତ ଝଗଡା ହୋଇଥିଲା। ପର ଦିନ ପ୍ରତୀକ୍ଷା ବିଷ ପିଇ ଦେଇଥିଲେ। ଗହିହିନାଥ ପଡୋଶୀଙ୍କ ସହ ମିଶି ପ୍ରତୀକ୍ଷାଙ୍କୁ ହସ୍ପିଟାଲ ନେଇଥିଲେ। ମାତ୍ର ଗୋଟିଏ ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ସୋମବାର ଦିନ ପ୍ରତୀକ୍ଷାଙ୍କ ବାପା ଗହିହିନାଥଙ୍କ ବିରୁଦ୍ଧରେ ଆତ୍ମହତ୍ୟା ପାଇଁ ପ୍ରତୀକ୍ଷାଙ୍କୁ ଉସକାଇବା ଅଭିଯୋଗରେ ଥାନାରେ ମାମଲା ଦାୟର କରିଥିଲେ। ଏହାପରେ ପୁଲିସ ଗହିହିନାଥଙ୍କୁ ଗିରଫ କରିଛି।

Leave A Reply

Your email address will not be published.