Webportal

ଗାନ୍ଧୀ-ନେହେରୁ-ପଟେଲ୍‌-ଆଜାଦ୍‌ଙ୍କ ପ୍ରତି ମିଥ୍ୟାଆଧରିତ ଅପମାନକୁ ସହ୍ୟ କରାଯିବ ନାହିଁ: ସୋନିଆ ଗାନ୍ଧୀ

0 165

ରାଜନୈତିକ ପଚାର ଓ ପ୍ରାପ୍ତି ନିମନ୍ତେ ଗାନ୍ଧୀ-ନେହେରୁ-ପଟେଲ୍‌-ଆଜାଦ୍‌ଙ୍କ ପ୍ରତି କରାଯାଉଥିବା ମିଥ୍ୟାଆଧରିତ ଅପମାନକୁ କଂଗ୍ରେସ ସହ୍ୟ କରିବ ନାହିଁ ବୋଲି ଆଜି ସ୍ବାଧୀନତା ଦିବସ ଅବସରରେ ଦେଇଥିବା ବିବୃତିରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି।

ସ୍ବାଧୀନତା ସଂଗ୍ରାମ ସମୟରେ ଭାରତୀୟ ସ୍ବାଧୀନତା ସଂଗ୍ରାମୀମାନେ ଦେଇଥିବା ଆତ୍ମବଳିକୁ ମଧ୍ୟ କେନ୍ଦ୍ର ସରକାର ନଗଣ୍ୟ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ସ‌େ କହିଛନ୍ତି।

ସେ କହିଛନ୍ତି, ଐତିହାସିକ ତଥ୍ୟାବଳିକୁ ମିଥ୍ୟା ସାବ୍ୟସ୍ତ କରି ଗାନ୍ଧୀ-ନେହେରୁ-ପଟେଲ୍‌-ଆଜାଦ୍‌ ଆଦି ନେତାଙ୍କୁ ଅପମାନ କରିବା ଲାଗି ଆତ୍ମ-ମୁଗ୍‌ଧ ସରକାର କରୁଥିବା ସମସ୍ତ ଉଦ୍ୟମକୁ ଭାରତୀୟ ଜାତୀୟ କଂଗ୍ରେସ ବିରୋଧ କରିବ।

ଏହା ବ୍ୟତିରେକେ, ଭାରତର ୭୬ତମ ସ୍ବାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ସୋନିଆ ଗାନ୍ଧୀ କହିଛନ୍ତି, ବିଗତ ୭୫ ବର୍ଷ ହେବ ଅତ୍ୟନ୍ତ ମେଧାବୀ ଭାରତୀୟମାନେ ବିଜ୍ଞାନ, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ସୂଚନା ‌କ୍ଷେତ୍ରରେ ଦେଶକୁ ଆଗେଇ ନେଇଛନ୍ତି। ଦୂରଦୃଷ୍ଟିସମ୍ପନ୍ନ ଭାରତୀୟ ନେତାମାନେ ଅବାଧ, ନିର‌ପେକ୍ଷ ଏବଂ ସ୍ବଚ୍ଛ ନିର୍ବାଚନ ପଦ୍ଧତିର ଆଧାର ସ୍ଥାପନ କରିଥିଲେ। ସୁଦୃଢ଼ ଗଣତନ୍ତ୍ର ଏବଂ ସାମ୍ବିଧାନିକ ପ୍ରତିଷ୍ଠାନ ନିମନ୍ତେ ମଧ୍ୟ ସେମାନେ ବନ୍ଦୋବସ୍ତ କରିଥିଲେ।

ବିବିଧ ସଂସ୍କୃତି ଏବଂ ଭାଷା ଜରିଆରେ ଭାରତ ନିଜକୁ ଗୋଟାଏ ମହାନ୍‌ ଦେଶ ଭାବେ ପ୍ରତିପାଦିତ କରି ପାରିଥିବା କଥା ସେ କହିଛନ୍ତି।

Leave A Reply

Your email address will not be published.