Webportal

ଗାଈ ଚରାଉଥିବା ସମୟରେ ବଜ୍ରାଘାତରେ ମୃତ

0 261

ଏମିତି ବି ମୃତ୍ୟୁ ଆସେ…
ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବଡକନ୍ତକୁଳ ଗ୍ରାମ ପଞ୍ଚାୟତ ବଡକନ୍ତକୁଳ ଗ୍ରାମରେ ବଜ୍ରାଘାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଆଜି ଅପରାହ୍ନରେ ବିଜୁଳି ଘଡ଼ ଘଡି ସହ ବର୍ଷା ହେଉଥିବା ସମୟରେ ଗାଁ ଉଠିଆ ଗାଈ ଚରାଉଥିବା ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ସବୁଦିନ ପରି ଗାଁ ଉଠିଆ ଗାଈ ଚରାଇବା ପାଇଁ ବଡକନ୍ତକୁଳ ଗାଁ ର ଭୁବନ ମହାଳିକ(୪୫) ଓ ସ୍ତ୍ରୀ ମଞ୍ଜୁ ମହାଳିକ ଯାଇଥିଲେ। ଅପରାହ୍ନରେ ଜଳିଆ ବନ୍ଧ ନିକଟରେ ଗାଈ ଚରାଉଥିବା ସମୟରେ ବଜ୍ରାଘାତ ରେ ଭୁବନ ମହାଳିକ ଙ୍କ ମୃତ୍ୟୁ ହୋଇଥିବା ସ୍ତ୍ରୀ ମଞ୍ଜୁ ମହାଳିକ ସୂଚନା ଦେଇଛନ୍ତି। ମୃତ୍ୟୁ ଖବର ପାଇ ବଡକନ୍ତକୁଳ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.