Webportal

ଗଡ ବୁଢ଼ାପଙ୍କ ରେଳ ଷ୍ଟେସନ କୁ ରାସ୍ତା ର ଶିଳାନ୍ୟାସ

ବହୁ ବର୍ଷ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଥିବାରୁ ଗ୍ରାମବାସୀ ମୁହଁରେ ହସର ଲହରି

0 163

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତ ରୁ ୧୪୯ନଂ ଜାତୀୟ ରାଜପଥ ସଂଯୋଗୀକରଣ ରାସ୍ତାର ଉନ୍ନତିକରଣ ଓ ରେଳ ଷ୍ଟେସନ କୁ ସଂଯୋଗୀକରଣ ନିମନ୍ତେ ନୂତନ ରାସ୍ତା ର ଶିଳାନ୍ୟାସ ହୋଇଯାଇଛି । ଏହି ରାସ୍ତା ପାଇଁ ଗ୍ରାମବାସୀ ବିଭିନ୍ନ ସମୟରେ କେନ୍ଦ୍ର ସରକାର ଓ ରାଜ୍ୟସରକାରଙ୍କ ଉଦ୍ଦେଷ୍ୟରେ ଦାବି କରିଆସୁଥିଲେ। ଏହି ଦବୀର ଆଜି ରାଜ୍ୟସରକାର ଅନ୍ତ ଘଟାଇଥିବା ରୁ ଗ୍ରାମବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି।

ବ୍ଲକ୍ ଚେୟାରମ୍ୟାନ ବିଜୟ କୁମାର ନାଥ,୨୭ନମ୍ବର ଜୋନ ଜିଲ୍ଲା ପରିଷଦ ଗୋପାଳ ଚନ୍ଦ୍ର ନାଏକ, ସମାଜସେବୀ ତଥା ଯୁବନେତା ଅରୁନାଭ ସିଂହ, ବୁଢ଼ାପଙ୍କ ସରପଞ୍ଚ ଝିଲି ବେହେରା,ପୂର୍ବତନ ବ୍ଲକ୍ ଚେୟାରମ୍ୟାନ ନିର୍ମଳ ଗଡ଼ନାୟକ,୨୮ ନମ୍ବର ଜୋନ ପର୍ଯ୍ୟବେକ୍ଷକ ସୁବାଷ ଚନ୍ଦ୍ର ପଟ୍ଟନାୟକ , ସମାଜସେବୀ ଭରତ ମାଝୀ,ବୁଢ଼ାପଙ୍କ ପୂର୍ବତନ ସରପଞ୍ଚ ଉତ୍ସବ ଦେହୁରୀ, ବୁଢ଼ାପଙ୍କ ବିଜେଡ଼ି ସଭାପତି ବିନୟ କୁମାର ସିଂହ, ନାଲକୋ ଶ୍ରମିକ ସଭା ସଭାପତି ବାବୁଲି ସେଠୀ, ନାଲକୋ ଏମ୍ପ୍ଲୋଇଜ୍ ୟୁନିଅନ ସାଧାରଣ ସମ୍ପାଦକ ରତ୍ନାକର ପରିଡ଼ା, ପତିତପାବନ ମାଝୀ,ଅଭିରାମ ନାୟକ, ବୁଢ଼ାପଙ୍କ ଗ୍ରାମବାସୀ ଓ କାଳିଆ ସେନା ର ସଦସ୍ୟ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.