Webportal

ଖରାପ ପାଗ ଯୋଗୁ ଅମରନାଥ ଯାତ୍ରା ବାତିଲ

0 139

ଖରାପ ପାଗ କାରଣ ରୁ ଅମରନାଥ ଯାତ୍ରାକୁ ରବିବାରଠାରୁ ବାତିଲ କରିଦିଆଯାଇଛି। ଏପରି କି କଶ୍ମୀରରେ ଥିବା ୨ଟି କ୍ୟାମ୍ପରୁ କୌଣସି ନୂଆ ଭକ୍ତଙ୍କୁ ଆଉ ଅମରନାଥ ଯିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।ସୂଚନା ଯୋଗ୍ୟ, ଶୁକ୍ରବାର ଅମରନାଥ ଗୁମ୍ପା ନିକଟରେ ବାଦଲଫଟା ବର୍ଷା ହୋଇ ଏକ ବଡ଼ ଧରଣର ଅଘଟଣ ଘଟିଥିଲା। ମାଟି ଅତଡା ଖସି ରାସ୍ତା ବନ୍ଦ ହୋଇଯାଇଥିଲା ଓ ବହୁଲୋକ ସେଠାରେ ଫସି ରହିଥିଲେ।

ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ୪୦ଜଣ ଯାତ୍ରୀ ନିଖୋଜ ଥିବା ଜଣାପଡିଛି । ସେପଟେ ଏଠାରୁ ୧୫୦୦୦ ଲୋକଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଏହି ପରିସ୍ଥିତି କୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଗତ ଜୁନ ୩୦ରୁ ଅମରନାଥ ଯାତ୍ରା ଆରମ୍ଭ ହୋଇଥିଲା ସେଥିପାଇଁ ବହୁ ଭକ୍ତ ଅମରନାଥ ଯାତ୍ରାରେ ବାହାରିଥିଲେ।

Leave A Reply

Your email address will not be published.