Webportal

କୋଭିଡ଼ ନିୟମ ଉଲଂଘନ ପାଇଁ ମିଳିଲା କାରାଦଣ୍ଡ

0 193

କୋଭିଡ-୧୯ କ୍ବାରେଣ୍ଟାଇନ ନିୟମକୁ ଉଲ୍ଲଂଘନ କରିବା ଏବଂ ଅନ୍ୟମାନଙ୍କଠାରେ ଭୂତାଣୁ ବିସ୍ତାର କରିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ମିଳିଛି।ଭିଏତନାମର ସ୍ଥାନୀୟ ରିପୋର୍ଟ ଅନୁଯାୟୀ କୁହାଯାଇଛି ଯେ କୋର୍ଟରେ ବିଚାର କରାଯିବା ପରେ ୨୮ ବର୍ଷୀୟ ଲେ ୱାନ୍ ଟ୍ରାଇ ନାମକ ବ୍ୟକ୍ତିଙ୍କୁ ବିପଜ୍ଜନକ ସଂକ୍ରାମକ ରୋଗ ବିସ୍ତାର କରିବାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା।ଟ୍ରାଇ ହୋ ଚି ମିନ୍ ସିଟିରୁ କା ମାଉ କୁ ଫେରିଥିଲେ ଏବଂ ୨୧ ଦିନିଆ କ୍ବାରେଣ୍ଟାଇନ ନିୟମକୁ ଉଲ୍ଲଂଘନ କରିଥିଲେ।ସମାନ ଅଭିଯୋଗରେ ଦେଶ ଅନ୍ୟ ଦୁଇ ଜଣଙ୍କୁ ୧୮ ମାସ ଏବଂ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛି।

Leave A Reply

Your email address will not be published.