Webportal

କୋଟିଆରେ ଶିକ୍ଷା ବ୍ୟବସ୍ଥାର ବିଚିତ୍ର ଦୃଶ୍ୟ

0 186

କୋଟିଆରେ ଶିକ୍ଷା ବ୍ୟବସ୍ଥାର ବିଚିତ୍ର ଦୃଶ୍ୟ। ଉଭୟ ଓଡ଼ିଶା ଓ ଆନ୍ଧ୍ର ସରକାର ବିଦ୍ୟାଳୟ ଖୋଲିଥିବାରୁ ପିଲା ପାଳି କରି ଦୁଇ ରାଜ୍ୟର ବିଦ୍ୟାଳୟକୁ ଯାଉଛନ୍ତି। ସପ୍ତାହରେ ୩ଦିନ ଆନ୍ଧ୍ର ସ୍କୁଲ ଆର ତିନିଦିନ ଓଡ଼ିଶା ସ୍କୁଲ ଯାଉଛନ୍ତି। ତେବେ ଆନ୍ଧ୍ର ସ୍କୁଲଗୁଡିକରେ ଓଡ଼ିଆ ସ୍କୁଲ ଅପେକ୍ଷା ଅଧିକ ଦିନ ଉପସ୍ଥାନ ରହୁଛି। ଏହା ପଛର କାରଣ ଆନ୍ଧ୍ରର ଆମ୍ମାବାଡ଼ି ଯୋଜନା। ଓଡ଼ିଶା ସରକାର ତ୍ବରିତ ପଦକ୍ଷେପ ଗ୍ରହଣ ନଲେ ପିଲା ଓଡ଼ିଆ ଅ, ଆ ସମ୍ପୂର୍ଣ୍ଣ ଭୁଲି ତେଲୁଗୁ ଅ, ଆ ଶିଖିଯିବା ସ୍ଥିତି ସୃଷ୍ଟି ହୋଇଛି।

ଆମ୍ମାବାଡି ଯୋଜନାରେ ଛାତ୍ରଛାତ୍ରୀଙ୍କୁ ଟାଣିବାକୁ ଚେଷ୍ଟା ଚଳାଇଛି। ଯାହାର ପ୍ରଭାବ ମଧ୍ୟ ସ୍ପଷ୍ଟ ରୂପେ ଦେଖିବାକୁ ମିଳୁଛି। ଓଡ଼ିଶାର ଅଧିକାଂଶ ପିଲାଙ୍କୁ ଆନ୍ଧ୍ର ସ୍କୁଲରେ ଦେଖିବାକୁ ମିଳୁଛି। ଏମିତି କି ଶିଶୁଟିଏ ଜନ୍ମ ହେବା ମାତ୍ରେ ଆନ୍ଧ୍ର ସରକାର ଘରେ ପହଞ୍ଚି ଯାଉଛନ୍ତି। ପୁଷ୍ଟିକର ଖାଦ୍ୟଠାରୁ ଆରମ୍ଭ କରି ପ୍ରାକ୍‌ ଶିକ୍ଷା ଯୋଗାଇ ଦେବାକୁ ଅଭିଭାବକଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୫ହଜାର ଟଙ୍କା ଜମା କରୁଛନ୍ତି। ଲୋକେ ଏହି ଲୋଭରେ ପଡି ପିଲାଙ୍କୁ ତେଲୁଗୁ ସ୍କୁଲକୁ ଛାଡୁଥିବା ଦେଖିବାକୁ ମିଳୁଛି।

Leave A Reply

Your email address will not be published.