Webportal

କେମିତି ଚାଲିଛି ପ୍ରଶାସନ? ସାମ୍ବାଦିକ ମାନେ ସରକାରି ସୂଚନା ନ ପାଇବାରୁ ରାଜ୍ୟପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିବାକୁ ପଡ଼ିଛି

0 237

ଅନୁଗୁଳ ର କାର୍ଯ୍ୟରତ ସାମ୍ବାଦିକଙ୍କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବିଲକୁଲ ସୂଚନା ପ୍ରଦାନ କରାଯାଉନଥିବା, ସାମ୍ବାଦିକଙ୍କୁ ଅଣଦେଖା କରିବା ଅଭିଯୋଗ ସହ ଅନୁଗୁଳ ପ୍ରେସ ଚାମ୍ବର ପକ୍ଷରୁ ରାଜ୍ୟପାଳଙ୍କ ଉଦେଶରେ ଦାବି ପତ୍ର ପ୍ରଦାନ କଲା ସଂଘ। ଏହା ପୂର୍ବରୁ ସଂଘର କର୍ମକର୍ତା ମାନେ ଏକ ଶୋଭାଯାତ୍ରାରେ ଯାଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଓ ପରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି || ଦାବି ପୂରଣ ନହେଲେ ଆଗାମୀ ଦିନରେ ସାମ୍ବାଦିକଙ୍କ ନ୍ୟାର୍ଯ୍ୟ ଅଧିକାର ପାଇଁ ଆନ୍ଦୋଳନକୁ ଓଲ୍ହାଇପାରେ ସଂଘ ବୋଲି ଚେତାବନୀ ଦେଇଛି ||

Leave A Reply

Your email address will not be published.