Webportal

କିଛି ସିବିଆଇ ଅଧିକାରୀଙ୍କ ଟିଏମ୍‌ସି ସହ ବୁଝାମଣା ହୋଇ ଥିବାରୁ ଇଡି ତଦନ୍ତ କରୁଛି: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

0 158

ପଶ୍ଚିମବଙ୍ଗରେ ବିଜେପି ନେତା ଦିଲୀପ ଘୋଷ ସିବିଆଇ ଅଧିକାରୀଙ୍କ ବିରୋଧରେ ଏକ ସଂଗୀନ ଅଭିଯୋଗ ଆଣିଛନ୍ତି। ଦିଲୀପ ଘୋଷ କହିଛନ୍ତି, ଟିଏମ୍‌ସି ନେତାଙ୍କ ସହ କିଛି ସିବିଆଇ ଅଧିକାରୀଙ୍କ ବୁଝାମଣା ହୋଇଛି। ଏଥିପାଇଁ ପଶ୍ଚିମବଙ୍ଗରେ ଦୁର୍ନୀତି ମାମଲାର ତଦନ୍ତ ପାଇଁ ଅର୍ଥ ମନ୍ତ୍ରାଳୟ ଦ୍ବାରା ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)କୁ ପଠାଯାଇଛି। ରବିବାର ଦିନ କୋଲକାତାର କେନ୍ଦ୍ରୀୟ ସାଂସ୍କୃତିକ ମନ୍ତ୍ରାଳୟରେ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଘୋଷ କହିଛନ୍ତି, କିଛି ସିବିଆଇ ଅଧିକାରୀ ବିକ୍ରି ହୋଇ ଯାଇଛନ୍ତି। କେତେ ଜଣ ଲକ୍ଷରେ ବିକ୍ରି ହୋଇଛନ୍ତି ଏବଂ ଆଉ କେତେଜଣ କୋଟିରେ ବିକ୍ରି ହୋଇଛନ୍ତି। ଉକ୍ତ ବିଷୟରେ କେନ୍ଦ୍ର ସରକାର ଅବଗତ ହେବାପରେ ରାଜ୍ୟରେ ବିଭିନ୍ନ ଦୁର୍ନୀତି ମାମଲାର ତଦନ୍ତ ପାଇଁ ଇଡି ପହଞ୍ଚିଛି। ତେବେ ଇଡି ଅଧିକାରୀଙ୍କ ସହ କୌଣସି ବୁଝାମଣା ହୋଇପାରିବନି ଜାଣି ଟିଏମ୍‌ସି ନେତାମାନେ ଭୟରେ ଅଛନ୍ତି। ‌ଇତି ମଧ୍ୟରେ ସିବିଆଇ ଅଧିକାରୀ ଏବଂ ଟିଏମ୍‌ସି ନେତାଙ୍କ ମଧ୍ୟରେ ବୁଝାମଣା ସଂକ୍ରାନ୍ତରେ ତଦନ୍ତ ଆରମ୍ଭ ହୋଇ ସାରିଛି ବୋଲି ବିଜେପି ଜାତୀୟ ଉପସଭାପତି ଦିଲୀପ ଘୋଷ କହିଛନ୍ତି। ଏନେଇ କିଛି ଅଧିକାରୀଙ୍କୁ ମଧ୍ୟ ବଦଳି କରାଯାଇଛି।

Leave A Reply

Your email address will not be published.