Webportal

କାହାକୁ ବ୍ୟବହାର କରି ଫିଙ୍ଗିଦେବା ଉଚିତ୍ ନୁହେଁ: ନିତିନ ଗଡ଼କରୀ

0 194

ଦିନ ଖରାପ ଥାଉ କି ଭଲ, କାହାକୁ ବ୍ୟବହାର କରି ଫିଙ୍ଗିଦେବା ଉଚିତ୍ ନୁହେଁ। କେନ୍ଦ୍ର ସଡ଼କ, ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଶନିବାର ନିଜ ନାଗପୁରରେ ଉଦ୍ୟୋଗୀମାନଙ୍କର ଏକ ସମାବେଶକୁ ସମ୍ବୋଧିତ କରିବାବେଳେ ଏଭଳି କହିଛନ୍ତି। ‌ସେ କହିଛନ୍ତି ଯେ, ଯେତେବେଳେ ଜଣେ ବ୍ୟକ୍ତି ପରାଜିତ ହୁଏ, ସେତେବେଳେ ସେ ମରେନାହିଁ। ଯେତେବେଳେ ଜଣେ ବ୍ୟକ୍ତି ହାର ମାନିଯାଏ, ସେତେବେଳେ ତା’ର ଅନ୍ତ ହୁଏ।

ସେ ଏହା ମଧ୍ୟ କହିଛନ୍ତି ଯେ ବ୍ୟବସାୟ, ସାମାଜିକ କାର୍ଯ୍ୟ କିମ୍ବା ରାଜନୀତିରେ ଥିବା ବ୍ୟକ୍ତିଙ୍କ ପାଇଁ ମଣିଷ ସହ ଭଲ ସଂପର୍କ ରଖିବା ହେଉଛି ସବୁଠାରୁ ବଡ ଶକ୍ତି। କାହାକୁ ବ୍ୟବହାର କରି ଫିଙ୍ଗିବା ଯୁଗରେ ଜଡିତ ହେବା ଉଚିତ ନୁହେଁ। ଭଲ ଦିନ ହେଉ କି ଖରାପ ଦିନ, ଥରେ ତୁମେ କାହାର ହାତ ଧରିଛ ଯଦି ଏହାକୁ ଧରି ରଖ। କିଛି ଦିନ ତଳେ ଭାରତୀୟ ଜନତା ପାର୍ଟି (ବିଜେପି) ର ସଂସଦୀୟ ବୋର୍ଡରୁ ତାଙ୍କୁ ହଟାଯାଇଥିଲା। ଏଭଳି କହି ସେ ନିଜ ଦଳକୁ ଟାର୍ଗେଟ କରୁଥିବା ଚର୍ଚ୍ଚା ହେଉଛି।

ଅଗଷ୍ଟ ୧୭ରେ ବିଜେପି ସଂସଦୀୟ ବୋର୍ଡର ପୁନର୍ବାର ଗଠନ କରାଯାଇଥିଲା। ବିଜେପି ସଂସଦୀୟ ବୋର୍ଡରେ ବଡ଼ ପରିବର୍ତ୍ତନ ଅଣାଯାଇ ପୂର୍ବତନ ଅଧ୍ୟକ୍ଷ ନିତିନ ଗଡକରୀ ଏବଂ ଶିବରାଜ ସିଂ ଚୌହାନଙ୍କୁ ବୋର୍ଡରୁ ହଟାଇ ଦିଆଯାଇଥିଲା। ଏହା ପରଠାରୁ ଗଡ଼କରୀ ବିଜେପି ସରକାରଙ୍କୁ ଟାର୍ଗେଟ କରି ବୟାନ ଦେଉଥିବା ଦେଖିବାକୁ ମିଳୁଛି। ଏହା ପୂର୍ବରୁ ସରକାର ଠିକ୍ ସମୟରେ ନିଷ୍ପତ୍ତି ନେଇପାରୁନଥିବା କହିଥିଲେ ଗଡ଼କରୀ।

Leave A Reply

Your email address will not be published.