Webportal

କାର୍ଯ୍ୟକାଳ ର ଶେଷ ଦିନରେ ସରକାରଙ୍କୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ଭର୍ତ୍ସନା:କହିଲେ ଅମ୍ଳଜାନ ନ ମିଳିବା ପାଇଁ ଯାଉଛି ମୂଲ୍ୟବାନ ଜୀବନ

0 238

ଦେଶର କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ପୁଣି ଥରେ ନିଜ ତରଫରୁ ଏହି ମାମଲାର ଶୁଣାଣି କରିଛନ୍ତି। ପ୍ରଧାନ ବିଚାରପତି ଭାବେ ନିଜ କାର୍ଯ୍ୟକାଳର ଶେଷ ଦିନରେ ଜଷ୍ଟିସ୍ ଏସ୍.ଏ ବୋବଡେ ସରକାରଙ୍କୁ ଭର୍ତ୍ସନା କରି କହିଛନ୍ତି ଯେ ଅମ୍ଳଜାନ ଅଭାବରୁ ଲୋକମାନେ ମରୁଛନ୍ତି। ତେବେ ଏହି ମାମଲାକୁ ୨୭ ଏପ୍ରିଲ ଅର୍ଥାତ୍ ମଙ୍ଗଳବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।ପ୍ରଧାନ ବିଚାରପତି ବୋବଡେଙ୍କ ଅଧ୍ୟକ୍ଷତାରେ ତିନିଜଣ ବିଚାରପତିଙ୍କ ଏକ ବେଞ୍ଚ ଦ୍ୱାରା ଏହି ମାମଲାର ଶୁଣାଣି ହୋଇଥିଲା । ଶୁଣାଣି ଆରମ୍ଭ ହେବା ମାତ୍ରେ ପ୍ରଧାନ ବିଚାରପତି ଏସ୍.ଏ ବୋବଡେ କହିଛନ୍ତି ଯେ ଦେଶରେ ଅମ୍ଳଜାନ ଅଭାବରୁ ଲୋକମାନେ ମରୁଛନ୍ତି । ସୂଚନାଯୋଗ୍ୟ ଏସ୍.ଏ ବୋବଡେ ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ପଦରୁ ଅଧ୍ୟକ୍ଷ ପଦରୁ ଅବସର ନେଉଛନ୍ତି । ଏସ୍.ଏ ବୋବଡେ ତାଙ୍କର ୧୪ ମାସର କାର୍ଯ୍ୟକାଳ ମଧ୍ୟରେ, କୋଭିଡ ପରିସ୍ଥିତି ପାଇଁ କେବଳ ୯୦ ଦିନ କୋର୍ଟରେ ଉପସ୍ଥିତ ରହି ଶୁଣାଣି ଶୁଣିବାକୁ ସକ୍ଷମ ହୋଇଥିଲେ ।ଏହାପୂର୍ବରୁ ଗୁରୁବାର ଦିନ ସୁପ୍ରିମକୋର୍ଟ କହିଥିଲେ ଯେ, ଅମ୍ଳଜାନ ଯୋଗାଣ ଏବଂ କରୋନା ଭୁତାଣୁ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଔଷଧ ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ଏକ ଜାତୀୟ ଯୋଜନା ପ୍ରସ୍ତୁତ ହେଉ । ପ୍ରଧାନ ବିଚାରପତି ଏସ୍.ଏ ବୋବଡେ, ଜଷ୍ଟିସ୍ ଏଲ୍ ନାଗେଶ୍ୱର ରାଓ ଏବଂ ଜଷ୍ଟିସ୍ ଏସ୍.ଆର୍ ଭଟ୍ଟଙ୍କ ତିନିଜଣିଆ ବେଞ୍ଚ ଦେଶରେ କରୋନାର ଭୟଙ୍କର ଅବସ୍ଥା ସମ୍ପର୍କରେ ନିଜ ତରଫରୁ ସ୍ବତପ୍ରବୃତ୍ତ ଭାବେ ଏହାକୁ ଗ୍ରହଣ କରି ଦେଶରେ କୋଭିଡ-୧୯ ଟୀକାକରଣ ସହ ଜଡିତ ପ୍ରତ୍ୟେକ ପ୍ରସଙ୍ଗ ଉପରେ ବିଚାର କରାଯିବ ବୋଲି କହିଥିଲେ ।ଏହା ବ୍ୟତୀତ ବେଞ୍ଚ କହିଛନ୍ତି ଯେ ବିଶ୍ୱ ମହାମାରୀ ମଧ୍ୟରେ ଲକଡାଉନ୍ ଘୋଷଣା କରିବାକୁ ହାଇକୋର୍ଟଙ୍କ କ୍ଷମତା ସହ ଜଡିତ ଦିଗକୁ ମଧ୍ୟ ମୂଲ୍ୟାଙ୍କନ କରାଯିବ । କୋର୍ଟ ନିଜ ତରଫରୁ ଏହି ପ୍ରକ୍ରିୟାରେ ତାଙ୍କୁ ସାହାଯ୍ୟ କରିବା ପାଇଁ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ହରିଶ ସାଲଭେଙ୍କୁ ଆମିକସ୍ କ୍ୟୁରି ବା ନ୍ୟାୟ ମିତ୍ର ଭାବେ ନିଯୁକ୍ତ କରିଛନ୍ତି ।

Leave A Reply

Your email address will not be published.