Webportal

କର୍ଣ୍ଣାଟକରେ ପୁଣି କଂଗ୍ରେସ ଓ ଜେଡିଏସ୍ ଏକାଠି ହେବା ସମ୍ଭାବନା; ଶିବକୁମାରଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱ କୁ ସମର୍ଥନ କଲେ କୁମାରଶ୍ୱାମୀ

0 135

କର୍ଣ୍ଣାଟକରେ ପୁଣିଥରେ କଂଗ୍ରେସ ଓ ଜେଡିଏସ୍ ଦଳର ସମ୍ପର୍କର ଘନୀଷ୍ଟ ହୋଇଛି। ରାଜ୍ୟରେ ୨୦୨୩ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି ଜେଡିଏସ୍‌ ନେତା ଏଚ୍‌ଡି କୁମାରଶ୍ୱାମୀ। ଏନେଇ କୁମାର ଶ୍ୱାମୀ କହିଛନ୍ତି ଯେ, “ଯଦି କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପାଇଁ କଂଗ୍ରେସକୁ ସମର୍ଥ ଦେବାକୁ ହୁଏ ତେବେ ସେ ଡିକେ ଶିବକୁମାରଙ୍କୁ ସମର୍ଥନ କରିବେ।” ଶୁକ୍ରବାର ସନ୍ଧ୍ୟାରେ ଚିତ୍ରଦୁର୍ଗାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କୁମର ସ୍ୱାମୀ କହିଛନ୍ତି “ତାଙ୍କୁ ତାଙ୍କ ଯୁଦ୍ଧ ଲଢ଼ିବାକୁ ଦିଅ, ମୁଁ ମୋ ଯୁଦ୍ଧ ଲଢିବି। କିନ୍ତୁ ଯଦି ଭଗବାନ ଇଚ୍ଛା କରିବେ ଯେ ସେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ତେବେ ତାହା ହେବ, ମୋ ସମର୍ଥନ ତାଙ୍କ ସହ ରହିବ।” ଭୋକ୍କାଲିଗା ସମ୍ପ୍ରଦାୟ ଦ୍ୱାରା ଆଯୋଜିତ ଏକ କାର୍ଯ୍ୟକ୍ରମରେ କୁମାରା ସ୍ୱାମୀ ଏପରି କହିଛନ୍ତି।

ସୂଚନାଯୋଗ୍ୟ ଯେ, ଉଭୟ କୁମାରସ୍ୱାମୀ ଓ ଶିବକୁମାର ଭୋକ୍କାଲିଗା ସମ୍ପ୍ରଦାୟର ବିଶ୍ୱସ୍ଥ ନେତା। ଏହା ସହିତ ଦଳର କିଛି ନେତା ମଧ୍ୟର ଏହି ସମ୍ପ୍ରଦାୟରୁ ଆସିଛନ୍ତି। ଏମାନଙ୍କ ଭୋଟ୍ କର୍ଣ୍ଣାଟକ ରାଜନୀତିରେ ବେଶ୍ ଗୁରୁତ୍ୱ ବହନ କରେ। ରାଜ୍ୟର ପାଖାପାଖି ୧୨ ପ୍ରତିଶତ ଭୋଟ ଭୋକ୍କାଲିଗା ସମ୍ପ୍ରଦାୟରୁ ଆସିଥାଏ। ଲିଙ୍ଗାୟତ ସମ୍ପ୍ରଦାୟଙ୍କ ପରେ ଏମାନେ ଦ୍ୱିତୀୟ ସର୍ବାଧିକ ଭୋଟଧାରୀ ଜନତା। ପୁରୁଣା ମୟୁଶର ଓ କର୍ଣ୍ଣାଟକର ଦକ୍ଷିଣାଞ୍ଚଳରେ ଏମାନଙ୍କର ସଂଖ୍ୟା ଅଧିକ ରହିଛି। ତେବେ ଅନ୍ୟ ରାଜ୍ୟମାନଙ୍କ ଭଳି କର୍ଣ୍ଣାଟକରେ ମଧ୍ୟ କଂଗ୍ରେସରେ ଆଭ୍ୟନ୍ତରୀଣ କନ୍ଦଳ ରହିଛି। ଏଠାରେ ଡିକେ ଶିବକୁମାର ଓ ସିଦ୍ଧରମୟାଙ୍କ ଭିତରେ ମୁଖ୍ୟମନ୍ତ୍ରୀ ହେବାକୁ ଟଣା ଓଟରା ଲାଗି ରହିଛି।

Leave A Reply

Your email address will not be published.