Webportal

କଇଁଚି ଭୂଷି ଜଣ ଙ୍କୁ ହତ୍ୟା

0 282

ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବଅଁରପାଳ କଲେଜ ନିକଟରେ ଥିବା ଏକ ଦୁଇ ମାହଲା ଘରୁ ବଅଁରପାଳ ପୋଲିସ ଜଣେ ବ୍ୟକ୍ତି ଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଧାର୍ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଛନ୍ତି। ସୂଚନା ଯେ, ଯାଜପୁର ରୋଡ ଅଞ୍ଚଳର ମଧୁ ସୁଦନ ନାୟକ ବଅଁରପାଳ କଲେଜ ନିକଟରେ ରହି ଟେଲର କାମ କରିଥିଲେ। ଆଜି ଦିନ ଦ୍ବିପ୍ରହର ବେଳା ମଧୁ ସୁଦନ କୁ କଇଁଚି ଭୂଷି ଦେଇଥିବା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ଥିଲା। ରକ୍ତ ଜୁଡ଼ୁବୁଡ଼ୁ ରେ ମଧୁ ସୁଦନ ପଡି ଥିବା ଦେଖି ସଙ୍ଗେ ସଙ୍ଗେ ପୋଲିସ ଗାଡି ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ। ଚିକିତ୍ସାଧିନ ଅବସ୍ଥାରେ ମଧୁ ସୁଦନ ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ପଟେ ପୋଲିସ ତଦନ୍ତ ଆରମ୍ବ କରି ମଧୁ ସୁଦନ ଙ୍କୁ କଇଁଚି ଭୂଷି ଥିବା ବ୍ୟକ୍ତି ଙ୍କୁ ବଅଁରପାଳ ଥାନାରେ ଅଟକ ରଖିଛି। ଶବ ବ୍ୟବଚ୍ଛେଦ ପାଇଁ ମୃତ ଶରୀର କୁ ଶବ ବ୍ୟବଚ୍ଛେଦ ଗୃହ କୁ ପଠେଇ ଦିଆ ଯାଇଛି।

Leave A Reply

Your email address will not be published.