Webportal

କଂଗ୍ରେସକୁ ଝଟକା ପରେ ଝଟକା: ଗୁଲାମମଦି ଆଜାଦଙ୍କ ପରେ ଇସ୍ତଫା ଦେଲେ ଆନନ୍ଦ ଶର୍ମା

0 135

ଆଜାଦଙ୍କ ପରେ ଆନନ୍ଦ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆନନ୍ଦ ଶର୍ମା ହିମାଚଳ ପ୍ରଦେଶ କଂଗ୍ରେସ ପରିଚାଳନା କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ଦିନ ଜମ୍ମୁ ଓ କଶ୍ମୀର କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇବାର କିଛି ସମୟ ପରେ ଦଳର ବରିଷ୍ଠ ନେତା ଗୁଲାମ୍‌ ନବୀ ଆଜାଦ୍‌ ଉକ୍ତ ପଦବୀରୁ ଇସ୍ତଫା ଦେଇଥିଲେ। ଆଜି ପୁଣି ଥରେ ଆନନ୍ଦ ଶର୍ମାଙ୍କ ଇସ୍ତଫା କଂଗ୍ରେସକୁ ବଡ଼ ଝଟକା ଦେଇଛି। କୁହାଯାଉଛି ଯେ ଆନନ୍ଦ ଶର୍ମା ଇସ୍ତଫା ଦେବା ସହ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଏନେଇ ଚିଠି ଲେଖି ଜଣାଇଛନ୍ତି।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଚିଠିରେ କଂଗ୍ରେସ ନେତା ଆନନ୍ଦ ଶର୍ମା ଲେଖିଛନ୍ତି ଯେ ମୁଁ ମୋର ଆତ୍ମ ସମ୍ମାନକୁ ନେଇ ଆପୋଷ ବୁଝାମଣା କରିପାରିବି ନାହିଁ। ତେବେ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକକୁ ନିମନ୍ତ୍ରଣ କରାଯାଇ ନ ଥିବାରୁ ସେ ଅସନ୍ତୋଷ ପ୍ରକାଶ କରି ଏଭଳି କରିଥିବା କୁହାଯାଉଛି। ଏହି କାରଣରୁ ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।

ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ଆନନ୍ଦ ଶର୍ମାଙ୍କ ଇସ୍ତଫା କଂଗ୍ରେସ ଦଳ ପାଇଁ ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି। ତେବେ ଇସ୍ତଫା ଦେଇଥିଲେ ବି ରାଜ୍ୟରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ବୋଲି ଆନନ୍ଦ ଶର୍ମା ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ, ମଙ୍ଗଳବାର ଦିନ କଂଗ୍ରେସର ନୂତନ ନିର୍ବାଚନ ପ୍ରଚାର ଅଭିଯାନ କମିଟି ଗଠନ କରାଯାଇଥିଲା। ଉକ୍ତ କମିଟିରେ ‘ପିସିସି’ ସଭାପତି ଏବଂ ଦଳର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷାଙ୍କ ସମେତ ୧୧ଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଥିଲା। ତାରିକ୍‌ ହମିଦ୍‌ କର୍‌ରାଙ୍କୁ ପ୍ରଚାର ଅଭିଯାନର ଉପାଧ୍ୟକ୍ଷ ଏବଂ ଜି. ଏମ୍‌. ସରୂରିଙ୍କୁ ଆବାହକ ଭାବେ ନିଯୁକ୍ତ କରାଯାଇଥିଲା।

Leave A Reply

Your email address will not be published.