Webportal

ଉଦଯାପିତ ହେଲା ୩୧ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ

0 304

ରାସ୍ତା ଦୁର୍ଘଟଣାର ନିରାକରଣ ସମ୍ପର୍କରେ ସଚେତନତା ସୃଷ୍ଟି କରି ଲୋକଙ୍କ ଧନଜୀବନ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଚାଲିଥିବା ୩୧ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ଆଜି ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ ସଭାଗୃହରେ ଉଦଯାପିତ ହୋଇଛି।ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୧୭ ଜଣ ଶ୍ରେଷ୍ଠ ସମାରିଟାନ(ଦୁର୍ଘଟଣା ପରେ ଆହତଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ମୂଲ୍ୟବାନ ଜୀବନ ବଞ୍ଚାଇବା ବ୍ୟକ୍ତି),୨ ଜଣ ଶ୍ରେଷ୍ଠ ଚାଳକଙ୍କ ସମେତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ।ଅନୁଗୁଳ ଏକ ଦୁର୍ଘଟଣା ପ୍ରବଣ ଜିଲ୍ଲା ହେଇଥିବାରୁ ନିଜର ସୁରକ୍ଷାକୁ ଦୃଷ୍ଟିରେ ରଖି ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରିବାକୁ ଓ ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରିବା ସହ ରାସ୍ତାର ନିୟମ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରିବାକୁ ସେ ପରାମର୍ଶ ଦେଇଥିଲେ। ଉପସ୍ଥିତ ଅତିଥିମାନେ ଟ୍ରାଫିକ ନିୟମକୁ କଡ଼ାକଡି ପାଳନ କରିବା ସହ ନିୟମିତ ରାସ୍ତା ମରାମତି ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ସେଠି ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କର୍ମଚାରୀମାନେ ଆବଶ୍ୟକ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ର କର୍ମକର୍ତା, ଗାଡିଚାଳକ, ହେଲ୍ପର, ଛାତ୍ରଛାତ୍ରୀ,ବସ ଟ୍ରକ ଓ ଅଟୋରିକ୍ସା ମାଲିକସଂଘର କର୍ମକର୍ତା ମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.