Webportal

ଆଶା ଆଶଙ୍କା ମଧ୍ୟରେ ୯ ମାସ ପରେ ସୁନିଶ୍ଚିତ ହେଲା ସୁନୀତା ୱିଲିୟମ୍ସଙ୍କ ପୃଥିବୀକୁ ଫେରିବା

ଭାରତୀୟ ସମୟ ବୁଧବାର ଭୋର ୩.୨୭ ରେ ଫ୍ଲୋରିଡା ରେ କରିବେ ଅବତରଣ

0 601

ଆଶା ଆଶଙ୍କା ମଧ୍ୟରେ ୯ ମାସ ପରେ ସୁନିଶ୍ଚିତ ହେଲା ସୁନୀତା ୱିଲିୟମ୍ସଙ୍କ ପୃଥିବୀକୁ ଫେରିବା।ଭାରତୀୟ ସମୟ ବୁଧବାର ଭୋର ୩.୨୭ ରେ ଫ୍ଲୋରିଡା ରେ କରିବେ ଅବତରଣ।ଆରମ୍ଭ ହେଲା ସୁନିତାଙ୍କ ଘରବାହୁଡ଼ା ପ୍ରକ୍ରିୟା।ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ମଙ୍ଗଳବାର ଦିନ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍‌ଏସ୍‌)ରୁ ଅବତରଣ କରିବାକୁ ଯାଉଛନ୍ତି। ଏବେ ଜାଣିବାକୁ ମିଳିଛି ଯେ ସେମାନଙ୍କର ଅବତରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରାରମ୍ଭରେ ସେମାନଙ୍କର ମିଶନ ବୋଇଂର ଷ୍ଟାରଲାଇନର୍ ମହାକାଶଯାନରେ ଏକ ସଂକ୍ଷିପ୍ତ ଆଠ ଦିନିଆ ପରୀକ୍ଷଣ ଉଡ଼ାଣ ଭାବରେ ଯୋଜନା କରାଯାଇଥିଲା। କିନ୍ତୁ ସେମାନଙ୍କ ଯାନରେ ଅପ୍ରତ୍ୟାଶିତ ଯାନ୍ତ୍ରିକ ସମସ୍ୟା ଯୋଗୁ ଏହାକୁ ବୃଦ୍ଧି କରାଯାଇଥିଲା।ୱିଲିୟମ୍ସ ୱିଲମୋର ଏବଂ ଅନ୍ୟ ଦୁଇ ଜଣଙ୍କ ସହ ମହାକାଶରୁ ପୃଥିବୀକୁ ଫେରି ଆସୁଛନ୍ତି ସୁନିତା। ଗତବର୍ଷ ଜୁନ୍ ମାସରୁ ମହାକାଶଚାରୀ ମାନେ ଆଇଏସ୍‌ଏସରେ ଅଛନ୍ତି। ବୋଇଂ ଷ୍ଟାରଲାଇନର ମହାକାଶଯାନର ପ୍ରଥମ କ୍ରୁ ମିଶନ ପରେ ଯାନ୍ତ୍ରିକ ସମସ୍ୟାର ସମ୍ମୁଖୀନ ହୋଇଥିଲା ଏବଂ ସେମାନଙ୍କର ପ୍ରତ୍ୟାବର୍ତ୍ତନ ଯାତ୍ରା ପାଇଁ ଅନୁପଯୁକ୍ତ ବୋଲି ବିବେଚିତ ହୋଇଥିଲା।ଷ୍ଟାରଲାଇନରର ପ୍ରଚଳନ ସମସ୍ୟା ପାଇଁ ଏକ ବିକଳ୍ପ ଯୋଜନା ଆବଶ୍ୟକ ହୋଇଥିଲା, ଯାହା ଫଳରେ ସେମାନଙ୍କୁ କ୍ରୁ-୯ ମିଶନରେ ଅନ୍ତର୍ଭୁକ୍ତ କରାଯାଇଥିଲା।ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ରେ ୯ ମାସରୁ ଅଧିକ ସମୟ ଧରି ଅଟକି ରହିଥିବା ଭାରତୀୟ-ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲ୍ମୋର ଶେଷରେ ପୃଥିବୀ ପୃଷ୍ଠରେ ଅବତରଣ କରିବାକୁ ଯାଉଛନ୍ତି। ଆମେରିକୀୟ ମହାକାଶ ଗବେଷଣା କେନ୍ଦ୍ର (ନାସା) ପକ୍ଷରୁ ସେମାନଙ୍କ ପ୍ରତ୍ୟାବର୍ତ୍ତନ ସୂଚୀ ପ୍ରକାଶ କରାଯାଇଛି। ୱିଲିୟମ୍ସ ଓ ୱିଲ୍ମୋର ମାର୍ଚ୍ଚ ୧୮,୨୦୨୫ ମଙ୍ଗଳବାର ସ୍ପେସ୍ଏକ୍ସର କ୍ରୁ ଡ୍ରାଗନ୍ କ୍ୟାପସୁଲରେ ଆଇଏସ୍ଏସ୍‌ରୁ ବାହାରି ପୃଥିବୀକୁ ଯାତ୍ରା ଆରମ୍ଭ କରିଛନ୍ତି। ଏହି ମହାକାଶଯାନ ଆମେରିକୀୟ ଇଷ୍ଟର୍ଣ୍ଣ ଟାଇମ୍ (ଇଟି) ରାତ୍ରି ପ୍ରାୟ ୧ଟା ୫ ମିନିଟ୍‌ (ଭାରତୀୟ ସମୟ ମଙ୍ଗଳବାର ପୂର୍ବାହ୍ଣ ୧୦ଟା ୩୫ ମିନିଟ୍‌)ରେ ଆଇଏସ୍ଏସ୍‌ରୁ ବାହାରି ଅଛି ଏବଂ ସେହିଦିନ ଅପରାହ୍ଣ ପ୍ରାୟ ୫ଟା ୫୭ ମିନିଟ୍ (ଭାରତୀୟ ସମୟ ବୁଧବାର ଭୋର ୩ଟା ୨୭ ମିନିଟ୍‌)ରେ ଫ୍ଲୋରିଡ଼ା ଉପକୂଳରେ ଅବତରଣ କରିବାର ଯୋଜନା ରହିଛି।ଦୀର୍ଘ ୯ ମାସ ପରେ ମହାକାଶକୁ ବାୟ ବାୟ କହି ପୃଥିବୀ ଫେରୁଛନ୍ତି ସୁନିତା।ଦୀର୍ଘ ୯ ମାସର ପ୍ରତୀକ୍ଷାର ଅନ୍ତଃ ଘଟିଛି। ଶେଷରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍‌ଏସ୍‌)କୁ ବାୟ ବାୟ କହି ପୃଥିବୀ ଆଡ଼କୁ ମୁହାଁଇଛନ୍ତି ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର।ଉଲ୍ଲେଖନୀୟ ନଅ ମାସର ମିଶନ ପରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ବାୟ ବାୟ କହିଛନ୍ତି ସୁନିତା। ମହାକାଶଚାରୀମାନେ ଆଜି ସକାଳେ ସୁଟ୍ ପିନ୍ଧି ମହାକାଶଚାରୀରେ ପ୍ରବେଶ କରିବା ସମୟରେ ସେମାନଙ୍କର ଯାତ୍ରା ଆରମ୍ଭ କରିଥିଲେ ଏବଂ ଫେରିବା ପୂର୍ବରୁ ‌ସେମ‌ାନେ ମହାକାଶକୁ ବିଦାୟ ଦେଇଛନ୍ତି।ୱିଲିୟମ୍ସ ଏବଂ ୱିଲମୋର ୫ ଜୁନ୍ ୨୦୨୪ରେ ବୋଇଂର ଷ୍ଟାରଲାଇନର୍ ମହାକାଶଯାନର ପ୍ରଥମ କ୍ରୁ ପରୀକ୍ଷଣ ଉଡ଼ାଣର ଅଂଶ ଭାବରେ ମହାକାଶ ଯାତ୍ରା କରିଥିଲେ।ଅନ୍ତର୍ଜାତୀୟ ସ୍ପେଶ୍‌ ଷ୍ଟେସନ୍‌ରେ ଫସି ରହିଥିବା ଦୁଇ ବୈଜ୍ଞାନିକଙ୍କୁ ଫେରାଇ ଆଣିବା ପାଇଁ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବୈଜ୍ଞାନିକମାନେ ଫେରିବା ପୂର୍ବରୁ ନିଜକୁ ପ୍ରସ୍ତୁତ କରିଛନ୍ତି । ଆଉ ସେମାନଙ୍କ ଏହି ପ୍ରସ୍ତୁତିର ଏକ ଭିଡିଓ ନାସା ପକ୍ଷରୁ ଜାରି କରାଯାଇଛି । ଯେଉଁଥିରେ ଉଭୟ ସୁନୀତା ଓ ବୁଚ୍ ବ୍ୟାୟାମ କରୁଥିବାର ଦେଖିବାକୁ ମିଳିଛି ।

Leave A Reply

Your email address will not be published.