Webportal

ଆଜି ଅଯୋଧ୍ୟାର ରାମ ମନ୍ଦିରରେ ବିରାଜିବେ ପ୍ରଭୁ ରାମଚନ୍ଦ୍ର

0 258

ଆଜି ଅଯୋଧ୍ୟାର ରାମ ମନ୍ଦିରରେ ବିରାଜିବେ ପ୍ରଭୁ ରାମଚନ୍ଦ୍ର ।ଦିନ ୧୦:୩୦ ମିନିଟ୍‌ରେ ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଦିନ ୧୧ ଟାରୁ ୧୨ ତାଙ୍କ ପାଇଁ ସ୍ବତନ୍ତ୍ର ସମୟ ରହିଛି ।ଅପରାହ୍ନ ୧୨ଟା ୧୫ ମିନିଟରୁ ୧୨ଟା ୪୫ ମିନିଟ୍ ମଧ୍ୟରେ ପ୍ରଭା ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ହେବ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ମୁଖ୍ଯ ଜଜମାନ ହେବେ।ପୂଜାର ମୁଖ୍ୟ ଲକ୍ଷ୍ମୀକାନ୍ତ ଦିକ୍ଷିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧରି ସବୁ କାର୍ଯ୍ୟ ସମ୍ପାଦନ କରିବେ।ରାମ ଲଲ୍ଲାଙ୍କ ଆଖିରୁ ପଟି ଖୋଲିବେ PM ମୋଦି, ୮୪ ସେକେଣ୍ଡର ଦିବ୍ୟ ମୁହୂର୍ତ୍ତକୁ ଅପେକ୍ଷା।ଏହା ପରେ ପ୍ରଭୁ ରାମଚନ୍ଦ୍ରଙ୍କ ସାମ୍ନାରେ ଏକ ଆଇନା ରଖାଯିବ, ଅର୍ଥାତ ପ୍ରଥମେ ନିଜ ନିଜର ଦର୍ଶନ କରିବେ ପ୍ରଭୁ ରାମଚନ୍ଦ୍ର । ଏହା ପରେ ଭଗବାନଙ୍କୁ କାଜଲ୍ ଲଗାଯିବ ବା ଶୃଙ୍ଗାର କରାଯିବ । ତା ପରେ ଆରତି ସହ ଭଗବାନଙ୍କ ପାଖରେ ପ୍ରସାଦ ଲଗାଯିବ । ଏଥି ପାଇଁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ୧୧ ଦିନିଆ ବ୍ରତ ରଖିଥିଲେ ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.