Webportal

ଆଜି ଅନୁଗୁଳ ଜିଲ୍ଲାରୁ ୫୦ ଆକ୍ରାନ୍ତ ଚିହ୍ନଟ,୩ ମୃତ ସୂଚନା

0 437

ଆଜି ଅନୁଗୁଳ ଜିଲ୍ଲାରୁ ଗୋଟିଏ ଦିନରେ ରେକର୍ଡ଼ ୫୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବନରପାଳ ବ୍ଲକ ଅଞ୍ଚଳରୁ ସର୍ବାଧିକ ୧୫ ଜଣ, ଅନୁଗୁଳ ବ୍ଲକ ଅଞ୍ଚଳରୁ ୧୪ ଜଣ, ତାଳଚେର ବ୍ଲକ ଅଞ୍ଚଳରୁ ୧୦ ଜଣ, ଆଠମଲ୍ଲିକ ବ୍ଲକ ଅଞ୍ଚଳରୁ ୭ ଜଣ ଓ କଣିହାଁ ବ୍ଲକ ଅଞ୍ଚଳରୁ ୪ ଜଣ ଚିହ୍ନଟ ହୋଇଛନ୍ତି। ଏହାସହ ତାଳଚେର ବ୍ଳକ ଅଞ୍ଚଳରୁ ୨ ଜଣ ଓ ଅନୁଗୁଳ ପୌରାଞ୍ଚଳ ରୁ ଜଣେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି।ଏହା ସହିତ ଜିଲ୍ଲାରେ ମୃତକଙ୍କ ସଂଖ୍ୟା ୭ ରେ ପହଞ୍ଚିଲା।ଇତି ମଧ୍ୟରେ ଜିଲ୍ଲାରୁ ସୁସ୍ଥ ହୋଇଥିବା ୧୭ ଜଣଙ୍କୁ ହୋମ ଆଇସୋଲେସନ ରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ପୂର୍ବରୁ ସୁସ୍ଥ ହୋଇଥବା ୩୬୦ କୁ ମିଶାଇ ଜିଲ୍ଲାରେ ସୁସ୍ଥଙ୍କ ସଂଖ୍ୟା ୩୭୭ ରେ ପହଁଚିଛି ।

Leave A Reply

Your email address will not be published.