Webportal

ଅନୁଗୁଳ ସରକାରୀ ଡାକ୍ତରଖାନା; ଚିନ୍ତା ବେସରକାରୀ

ମାଳମାଳ ସୁରକ୍ଷାକର୍ମୀ ସଧାରଣ ଲୋକଙ୍କ ପାଇଁ ମୁଣ୍ଡବ୍ୟଥା

0 228

ବର୍ତ୍ତମାନ ପରିସ୍ଥିତିରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଥରେ ବୁଲିଆସନ୍ତୁ। ଆପଣଙ୍କୁ ଲାଗିବ ସତେ ଯେମିତି ପୁରୁଣା ଇଂରେଜ ଶାସନ ଫେରିଆସିଛି। ରୋଗୀଙ୍କୁ ନେଇ ପହୁଞ୍ଚିଥିବା ଦୁଇ, ତିନି ଓ ଚାରିଚକିଆ ଯାନ ଗୁଡିକୁ ଭଲକରି ଛିଡା ହେବା ପୁର୍ବରୁ ସୁରକ୍ଷା କର୍ମୀ ମାନେ ଉଠେଇ ନେବା ପାଇଁ କଡାକଡି ତାଗିଦ୍ କରୁଛନ୍ତି। ଏପରିକି ପର୍ଯ୍ୟାପ୍ତ ଖାଲି ଜାଗା ଥିଲେ ମଧ୍ୟ ରୋଗୀକୁ ଛିଡା କରି ଦୂରରେ ଥିବା ପାର୍କିଂ ବ୍ୟବସ୍ଥା ରେ ଗାଡ଼ି ରଖିବା ପାଇଁ କଡାକଡି ତାଗିଦ୍ କରୁଛନ୍ତି। ଲାଗୁଛି ସତେ ଯେମିତି ରୋଗୀଙ୍କ ସମ୍ପର୍କୀୟ ନୁହେଁ ବରଂ କୌଣସି ଅପରାଧୀ ସହିତ ସୁରକ୍ଷା କର୍ମୀ ନୁହଁ ପୋଲିସ କଥା ହେଉଛି।

ଯୁଗଯୁଗରୁ ଲୋକଙ୍କୁ ଗାଡ଼ି ରଖିବା ପାଇଁ କୌଣସି ସମସ୍ୟା ହେଉ ନ ଥିବା ବେଳେ ବର୍ତ୍ତମାନ ବେସରକାରୀ ଚିନ୍ତାଧାରା ସହିତ ମାଳମାଳ ସୁରକ୍ଷାକର୍ମୀ ନିୟୋଜନ ର ଫେଶନ ଆପଣାଇବା ଦ୍ଵାରା ସାଧାରଣ ଲୋକ ଅପଦସ୍ତ ହେଉଥିବା ଅଭିଯୋଗ ହେଉଛି।

ଆମ ପ୍ରତିନିଧି ମେଡ଼ିକାଲ ପରିସରକୁ ଯାଇ ଅଭିଯୋଗ ପୁରାପୁରି ସତ୍ୟ ବୋଲି ଜାଣିବାକୁ ପାଇଲେ। କିଛି ସୁରକ୍ଷାକର୍ମୀଙ୍କ ଅନୁଯାୟୀ କାୟା କଳ୍ପ ଟିମ୍ କୁ ମେଡ଼ିକାଲ ପରିସର ଖାଲି ଦେଖାଇବା ପାଇଁ ଏ କଟକଣା ତ ଆଉ କିଛିଙ୍କ କହିବା ଅନୁଯାୟୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏଠି ବାସ କରନ୍ତି ତେଣୁ ତାଙ୍କ ରହିବା ଘର ଆଖପାଖ ରେ କୌଣସି ରୋଗୀଙ୍କ ସମ୍ପର୍କୀୟ ଗାଡ଼ି ନ ରଖିବା ପାଇଁ ଆଦେଶ ଅଛି।

ସରକାରୀ ଡାକ୍ତରଖାନା ରେ ଚିକିତ୍ସା ପାଇଁ ଆସୁଥିବା ଲୋକେ କେବେ ବି ଏପରି ଆଶା କରୁ ନ ଥିବେ। ବେସରକାରୀ ବ୍ୟବସାୟିକ ଡାକ୍ତରଖାନା ଗୁଡ଼ିକରେ କିଛି କଟକଣା ଅଛି। କିନ୍ତୁ ଏଠି ତ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିଚାଳକଙ୍କ ଚିନ୍ତାଧାରା ବେସରକାରୀ ବ୍ୟବସାୟିକ ଡାକ୍ତରଖାନା ଚିନ୍ତାଧାରା ଉର୍ଦ୍ଧ୍ବରେ ବୋଲି ଜଣାପଡୁଛି।

ଟିକେ ଧ୍ୟାନ ଦିଆଗଲେ ଲୋକେ ଅପଦସ୍ତ ଓ ହଇରାଣ ହେବାରୁ ରକ୍ଷା ପାଆନ୍ତେ। ଆଶା କରୁଛୁ ଆମର ଏ ଖବର ଦେଖିବାପରେ ମେଡିକାଲ୍ କର୍ତୃପକ୍ଷ ସକାରାତ୍ମକ ଦୃଷ୍ଟିକୋଣ ରେ ପଦକ୍ଷେପ ଗ୍ରହଣ କରିବେ।

Leave A Reply

Your email address will not be published.