Webportal

ଅନୁଗୁଳ ଲକ୍ଷ୍ମୀପୂଜାରେ ଟ୍ରାଫିକ ବ୍ୟବସ୍ଥା ଯଦି ଠିକ୍ ଲାଗୁନାହିଁ ତେବେ ଘରେ ଛୁଟି ମନାନ୍ତୁ

0 282

ଚଳିତ ବର୍ଷ ଅନୁଗୁଳ ସହରରେ ଲକ୍ଷ୍ମୀପୂଜା ଶେଷ ପର୍ଯ୍ୟାୟରେ ପହଁଚିଛି। କିନ୍ତୁ ସଠିକ୍ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ହୋଇ ପାରିଲା ନାହିଁ। ଏହା ପାଇଁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ସାମ୍ବାଦିକଙ୍କ ପକ୍ଷରୁ ଲିଖିତ ଅନୁରୋଧ ମଧ୍ୟ କରା ଯାଇଥିଲା।

ପୋଲିସ ବାବୁମାନେ ସେମାନଙ୍କ ଇଚ୍ଛା ଅନୁଯାୟୀ କେତେବେଳେ କେଉଁ ଦିଗରେ କାହାକୁ ଦୁଇ ଚକିଆ, ଚାରି ଚକିଆ ଆଦି ଯାନ ନେଇ ଯିବାକୁ ଦେବେ ସେ ନିର୍ଣ୍ଣୟ ନେଉଛନ୍ତି। ଏହା ଫଳରେ ସହର ମଧ୍ୟରେ ନିଜର ନିତିଦିନ କାମ ରେ ଯାଉଥିବା ବ୍ୟକ୍ତି ଅଯଥାରେ ହନ୍ତସନ୍ତ ହେଉଛନ୍ତି।

କେନ୍ଦ୍ରୀୟ ପୂଜା କମିଟିର ପରିଚୟ ପତ୍ର ଧରିଥିବା ବ୍ୟକ୍ତି ଓ ପୋଲିସ ଗାଡି ଅଯଥାରେ ଭିଡ ଭିତରେ ବେରୋକଟୋକ ଯିବା ଆସିବା କରିବାକୁ ଛଡ଼ା ଯାଉଛି। କିନ୍ତୁ ଉଭୟ ଜିଲ୍ଲାପାଳ ଓ ଏସପି କେହି ବି ସଠିକ୍ ଟ୍ରାଫିକ ପରିଚାଳନା ବିଷୟରେ ଗୁରୁତର ଭାବେ କିପରି ଚିନ୍ତା କରି ପାରିଲେ ନାହିଁ ଏହା ଅତି ଆଶ୍ଚର୍ଯ୍ୟର ବିଷୟ।

ସ୍ଥାନୀୟ ଲୋକଙ୍କ ଅସୁବିଧା ଦେଖିଲେ ଲାଗୁଛି ଯଦି ପୁଜା କଟକଣା ସମୟରେ ସ୍ଥାନୀୟ ବାସିନ୍ଦା ମାନଙ୍କୁ ଘରୁ ବାହାରକୁ ବାହାରିବା ଉପରେ କଟକଣା ଜାରି କରାଯାନ୍ତା ତେବେ ସେମାନେ ଉପକୃତ ହୁଅନ୍ତେ।

ଏପରି ଚାଲିଲେ ହୁଏତ ଆସନ୍ତା ବର୍ଷ ମାନଙ୍କରେ ପୁଜା ସମୟରେ ଭିଡ଼ କାରଣରୁ ସ୍ଥାନୀୟ ବାସିନ୍ଦା ମାନଙ୍କୁ ଘରୁ ବାହାରକୁ ଆସିବାକୁ ବାରଣ କରାଯାଇ ଘର ଭିତରେ ମଉଜ ମସ୍ତି କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇପାରେ।

ବାକି ରହିଲା ସାଧାରଣ ଲୋକଙ୍କ କଥା, ସେମାନଙ୍କ ନିଜ ଅସୁବିଧା ଜଣାଇବା ପାଇଁ ସମୟ ନାହି ଓ ଇଚ୍ଛା ବି ନାହିଁ। କାରଣ ସରକାରୀ ବାବୁମାନେ ରାଗିଯିବେ। ପୋଲିସ ପ୍ରଶାସନ ବି ଯଦି କେହି ପବ୍ଲିକ ଓ ଚାଟୁକାର ସାମ୍ୱାଦିକ ଅଭିଯୋଗ ନ କରିବେ, ତେବେ ସେମାନେ କେମିତି ଧ୍ୟାନ ଦେବେ।

ଏଥିପାଇଁ ଲୋକଙ୍କୁ ଅମୃତ କାଳର ମଜା ନେବାକୁ ଦିଅନ୍ତୁ ଏବଂ ଆପଣ ମାନେ ପୁଜା ର ମଜା ନିଅନ୍ତୁ।

Leave A Reply

Your email address will not be published.