Webportal

ଅନୁଗୁଳ ଜିଲ୍ଲା ୱେବ ମିଡ଼ିଆ ମହାସଂଘ ର ଜାତୀୟ ପ୍ରେସ ଦିବସ ପାଳନ କରିବା ପାଇଁ ପ୍ରସ୍ତୁତି ବୈଠକ

0 150

ଅନୁଗୁଳ ଜିଲ୍ଲା ୱେବ ମିଡ଼ିଆ ମହାସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ମହାସଂଘର ସଭାପତି ଶଶାଙ୍କ ଶେଖର ସାମଲଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ସଫଳତା ଦିଗରେ ବିଚାରବିମର୍ଶ ଅନୁଷ୍ଠିତ ହୋଇଯାଇଅଛି । ମହାସଂଘର ସଦସ୍ୟ ମାନଙ୍କ ଦ୍ୱାରା ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ପ୍ରେସ ଦିବସକୁ ସୁଚାରୁରୂପେ କାର୍ଯ୍ୟକାରୀ ପାଇଁ ବହୁ ମୂଲ୍ୟ ମତାମତ ଉପସ୍ଥାପିତ ହୋଇଯାଇଛି । ଆସନ୍ତା ନଭେମ୍ବର ୧୬ ତାରିଖ ଦିନ ଜାତୀୟ ପ୍ରେସ ଦିବସ କାର୍ଯ୍ୟକ୍ରମ ଅବସରରେ ସାମାଜିକ କାର୍ଯ୍ୟ ତଥା ସେବା ଓ ସଚେତନତା ବାର୍ତା ପ୍ରେରଣ, ସାମ୍ବାଦିକଙ୍କ ଜୀବନ ଶୈଳୀ, ସାମ୍ବାଦିକଙ୍କ ଗୁରୁତ୍ୱ, ଜନ ସାଧାରଣଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସୁସମ୍ପର୍କକୁ ନେଇ ଆଲୋଚନା ନିମନ୍ତେ ଦୁଷ୍ଟାନ୍ତ ପଦକ୍ଷେପ ନିମନ୍ତେ ଏବଂ ମାନଗଣ୍ୟ ଅତିଥିବୃନ୍ଦଙ୍କ ଉପସ୍ଥିତିରେ ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ, ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଅଛି । ବୈଠକରେ ଉପସ୍ଥିତ ସଦସ୍ୟ ଓ ସଭାପତିଙ୍କ ବହୁମୂଲ୍ୟ ପ୍ରତିକ୍ରିୟା ଓ ଆଲୋଚନା ପରେ ଉକ୍ତ ଦିବସକୁ ସଫଳ କରିବା ନେଇ ସିଦ୍ଧାନ୍ତ ଅନୁଶୀଳନ କରାଯିବା ନେଇ ସ୍ଥିତ ହୋଇଅଛି ।

Leave A Reply

Your email address will not be published.