Webportal

ଅନୁଗୁଳ ଜିଲ୍ଲା ପ୍ରଶାସନ ଅଧିକ ସକ୍ରିୟ ହେବା ଆବଶ୍ୟକ: ସରକାରଙ୍କ ପ୍ରଦତ୍ତ ସ୍ୱାସ୍ଥ୍ୟବୀମା କାର୍ଡ ଖବରଦାତାଙ୍କ ନିକଟକୁ ପହଂଚିବା ପାଇଁ ଲାଗିଲା ତିନିମାସ ରୁ ଅଧିକ

0 223

ବିଗତ ଦିନରେ ଅନୁଗୁଳ ଜିଲ୍ଲା ପ୍ରଶାସନ ଅଧିକ ସକ୍ରିୟ ଥିବା ଲାଗୁଥିଲେ ମଧ୍ୟ ବାସ୍ତବ ଚିତ୍ର ଭିନ୍ନ ଥିବା ଜଣାପଡୁଛି।ତାଜା ଉଦାହରଣ ହେଲା ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସ୍ୱାସ୍ଥ୍ୟବୀମା କାର୍ଡ ଦୀର୍ଘ ଦୀର୍ଘ ଦିନ ପୂର୍ବରୁ ଆସି ଜିଲ୍ଲା ପ୍ରଶାସନ ନିକଟରେ ପହଞ୍ଚିଥିଲେ ମଧ୍ୟ ପ୍ରାୟ ଚାରିମାସ ପରେ ଖବରଦାତା ମାନଙ୍କୁ ପ୍ରଦାନ କରାଯାଇଛି। ଏହା କେଉଁଠି ନା କେଉଁଠି ଜିଲ୍ଲା ପ୍ରଶାସନର କଥା ଅଧିକ କାମ କମ ମନୋଭାବ ପ୍ରତି ଇଙ୍ଗିତ କରୁଛି। ଏହା ମଧ୍ୟରେ ଯଦି କେହି ଖବରଦାତା ସ୍ୱାସ୍ଥ୍ୟଜନିତ ସମସ୍ୟା ଯୋଗୁଁ ଅର୍ଥ ସଂକଟର ସମ୍ମୁଖିନ ହେଇଥିବେ ତାହାହେଲେ କିଏ ଦାୟୀ? ଜିଲ୍ଲାପାଳ ସରକାରୀ ଯୋଜନା ଗୁଡ଼ିକ ଠିକ ସମୟରେ କାର୍ଯ୍ୟକ୍ଷମ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ କଡା ନିର୍ଦ୍ଦେଶ ଦେବାର ଆବଶ୍ୟକତା ରହିଛି।

Leave A Reply

Your email address will not be published.