ଅନୁଗୁଳ ଜିଲ୍ଲାରେ ବିଜେପି ୩ ଓ ବିଜେଡି ୨ ବିଧାନସଭା ଆସନ ରେ ବିଜୟୀ Angul DistrictPolitics By MEDIA INDIA News On Jun 4, 2024 0 360 Share ଅନୁଗୁଳ ଜିଲ୍ଲାରେ ଥିବା ସମସ୍ତ ୫ ଟି ବିଧାନସଭା ଆସନ ପାଇଁ ଭୋଟ ଗଣତି ଶାନ୍ତି ଶୃଂଖଳା ସହିତ ଶେଷ ହୋଇଯାଇଛି। ଜିଲ୍ଲାର ପାଲଲହଡ଼ା ବିଧାନସଭା ଆସନରୁ ବିଜେପିର ଅଶୋକ ମହାନ୍ତି ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ବିଧାୟକ ମୁକେଶ ପାଲଙ୍କୁ ୭୫୬୩ ଖଣ୍ଡ ଭୋଟରେ ହରାଇ ବିଜୟୀ ହୋଇଛନ୍ତି। ତାଳଚେର ବିଧାନସଭା ଆସନରୁ ବିଜେଡି ର ବିଧାୟକ ପ୍ରାର୍ଥୀ ତଥା ବର୍ତମାନର ବିଧାୟକ ବ୍ରଜ କିଶୋର ପ୍ରଧାନ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର କାଳନ୍ଦୀ ସାମଲଙ୍କୁ ୩୧୯୪୮ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟ ହୋଇଛନ୍ତି। ଛେଣ୍ଡିପଦା ବିଧାନସଭା ଆସନରୁ ବିଜେପିର ପ୍ରାର୍ଥୀ ଅଗସ୍ତି ବେହେରା ୧୫୧୪୭ ଖଣ୍ଡ ଭୋଟରେ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡ଼ି ବିଧାୟକ ତଥା ପ୍ରାର୍ଥୀ ସୁଶାନ୍ତ ବେହେରାଙ୍କୁ ନିର୍ବାଚନରେ ପରାସ୍ତ କରି ବିଜୟୀ ହୋଇଛନ୍ତି। ଆଠମଲ୍ଲିକ ବିଧାନସଭା ଆସନରୁ ବିଜୁ ଜନତା ଦଳ ପ୍ରାର୍ଥୀ ନଳିନୀ ପ୍ରଧାନ ୧୫୦୦୦ ରୁ ଅଧିକ ଭୋଟରେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଭାରତୀୟ ଜନତା ଦଳର ସଂଜିବ ସାହୁଙ୍କୁ ପରାସ୍ତ କରିଛନ୍ତି। ସେହିପରି ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ଦଳର ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେଡ଼ିର ଶ୍ରୀମତୀ ସଂଯୁକ୍ତା ସିଂହଙ୍କୁ ୧୭୧୨୮ ଖଣ୍ଡ ଭୋଟ ବ୍ୟବଧାନରେ ହରାଇ ବିଜୟ ହୋଇଛନ୍ତି। 0 360 Share FacebookTwitterGoogle+ReddItWhatsAppPinterestEmail