Webportal

ଅନୁଗୁଳ ଜିଲ୍ଲାରେ ପ୍ରଶାସନିକ ଅବ୍ୟବସ୍ଥା ମଧ୍ୟରେ ମତଦାନ 

ଭୋଟ ହାର ୯୦ ହୋଇଥାନ୍ତା ; କିନ୍ତୁ ଭୋଟ ନ ଦେଇପାରି ଫେରିଲେ ଅନେକ ମତଦାତା 

0 203
ଅନୁଗୁଳ ଜିଲ୍ଲାରେ ପ୍ରଶାସନିକ ଅବ୍ୟବସ୍ଥା ମଧ୍ୟରେ ମତଦାନ ।ଭୋଟ ନ ଦେଇପାରି ଫେରିଲେ ମତଦାତା । ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଅନୁଷ୍ଟିତ ହୋଇଯାଇଛି। ଅନୁଗୁଳ ଜିଲ୍ଲାରେ ମଧ୍ୟ ଏହି ପର୍ଯ୍ୟାୟରେ ମତଦାନ ଅନୁଷ୍ଟିତ ହୋଇଯାଇଛି।  ଜିଲ୍ଲାର କିଛି ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ  ପ୍ରାୟ ରାତି ବାରଟା ପର୍ଯନ୍ତ୍ ଚାଲି ଥିଲା ଅନୁମାନ । ଜିଲ୍ଲାରେ ୮୧.୨୩ ପ୍ରତିଶତ ମତଦାନ ହୋଇଛି। ଯାହାକୁ ଆମେ ଏକ ଭଲ ଗଣତାନ୍ତ୍ରିକ ଲକ୍ଷଣ ବୋଲି କହି ପାରିବା। ପ୍ରଶାସନର ଅବହେଳା ଯୋଗୁଁ ଅନେକ ଯୋଗ୍ୟ ବ୍ୟକ୍ତି ଭୋଟ ଦେବାରୁ ବଞ୍ଚିତ ନ ହୋଇଥିଲେ ଏହା ହୁଏତ ୯୦ ପ୍ରତିଶତ ହୋଇଥାନ୍ତା ।ଜିଲ୍ଲାର ଅନୁଗୁଳ, ତାଳଚେର ଓ ପାଲଲହଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏବଂ ଛେଣ୍ଡିପଦା ଓ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଟନ୍ତି। ଆଜି ସକାଳୁ ମତଦାନ ଆରମ୍ଭରୁ ଅନୁଗୁଳ ଜିଲ୍ଲାରେ ଭୋଟରଙ୍କ ମଧ୍ୟରେ ନିଜର ମତଦାନ କରିବା ପାଇଁ ପ୍ରବଳ ଆଗ୍ରହ ଦେଖାଯାଇଥିଲା। ଅନେକ ଭୋଟର ଭୋଟର ତାଲିକା ରେ ତାଙ୍କ ନାଁ ନ ଥିବା ଦେଖି ଜିଲ୍ଲା ପ୍ରଶାସନ ଉପରେ ଦୋଷ ଦେଇ ଅସନ୍ତୁଷ୍ଟ ହୋଇ ଘରକୁ ଫେରି ଯାଇଥିଲେ। ଏ ଭୋଟର ତାଲିକାରୁ ଯୋଗ୍ୟ ଭୋଟରଙ୍କ ନାଁ ବାଦ ପଡ଼ିବା ଅନୁଗୁଳ ଜିଲ୍ଲା ପ୍ରଶାସନର ଅବହେଳା ଓ ଖାମଖିଆଲ ନିତି ବ୍ୟତୀତ ଅନ୍ୟ କିଛି ନୁହେଁ। ଲୋକମାନେ ନିଜର ମୌଳିକ ଅଧିକାର ସାବ୍ୟସ୍ତ କରିବାରୁ ବଞ୍ଚିତ ହେଲେ। ଏପଟେ ସରକାର ଭୋଟଦାନ ସମୟରେ ଲୋକଙ୍କ ସୁବିଧା ପାଇଁ ଅନେକ କଥା କହୁଛନ୍ତି ଓ ତାହା ସହ ପର୍ଯ୍ୟାପ୍ତ ମାତ୍ରାରେ ଅର୍ଥ ବରାଦ ମଧ୍ୟ ହେଉଛି। କୀନ୍ତୁ ବହୁତ ଜାଗାରେ ପ୍ରଚଣ୍ଡ ଖରାରେ ଲୋକେ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହୋଇ ଭୋଟ ଦେବାକୁ ନିଜ ପାଳି ଆସିବାର ଅପେକ୍ଷା କରିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ତାଙ୍କ ପାଇଁ କୌଣସି ପ୍ରକାରର ତେଣ୍ଟ ଓ ପିଇବା ପାଣି ବ୍ୟବସ୍ଥା ହୋଇ ନ ଥିଲା। ଏପରି ଅନେକ ଅବ୍ୟବସ୍ଥା ଭିତରେ ଆଜି ଅନୁଗୁଳ ଜିଲ୍ଲାରେ ଭୋଟ ଗ୍ରହଣ କାର୍ଯ୍ୟ ସମାପ୍ତ ହୋଇଛି। ସରକାରଙ୍କ ପକ୍ଷରୁ ଅର୍ଥ ବରାଦ କରାଯିବା ସତ୍ତ୍ୱେ ଏଭଳି ଅବ୍ୟବସ୍ଥା ଅସାଧୁ ଅଧିକାରୀଙ୍କ ଅର୍ଥକୁ ବାଟମାରଣା କରିବାକୁ ଦର୍ଶାଏ।
Leave A Reply

Your email address will not be published.