Webportal

ଅନୁଗୁଳ ଜିଲ୍ଲାରେ ଦୁଇଟି ଏମଏସଏମଇ(MSME) ପାର୍କ ନିର୍ମାଣର ଆଶା ସଂଚାର

0 380

ସରକାରୀ ନିୟମ ଅନୁଯାୟୀ ପ୍ରତି ଜିଲ୍ଲାରେ ଗୋଟିଏ ଏମଏସଏମଇଅ ପାର୍କ ହେବା କଥା। କିନ୍ତୁ ଅନୁଗୁଳ ଜିଲ୍ଲାବାସୀଙ୍କୁ ମିଳିପାରେ ଦୁଇ ଦୁଇ ଟି ଏମଏସଏମଇ (MSME) ପାର୍କ। ଏପରି ଆଶା ସଂଚାର ହୋଇଛି ବିଧାନସଭା ପ୍ରଶ୍ନକାଳ ସମୟରେ।ଜିଲ୍ଲାର ଆଠମଲ୍ଲିକ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ସାଏ ବିଭାଗୀୟ ମନ୍ତ୍ରୀଙ୍କୁ ବିଧାନସଭା ର ପ୍ରଶ୍ନକାଳ ସମୟରେ ଆଠମଲ୍ଲିକ ନିର୍ବାଚନମଣ୍ଡଳୀରେ  ପ୍ରସ୍ତାବିତ ଏମଏସଏମଇ ପାର୍କ ବିଷୟରେ ଜାଣିବାକୁ ଚାହିଁଥିଲେ।ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଜଇରାଟ ଠାରେ ପାର୍କ ପାଇଁ ଇଡ୍କୋ ଠାରୁ ଫିଜିବିଲିଟି ରିପୋର୍ଟ ମଗାଯାଇଥିବା କହିଥିଲେ।ପୂର୍ବରୁ ଜିଲ୍ଲାର ତଳମୂଳ ଶାସନ ରେ ଏକ
ଏମଏସଏମଇ ପାର୍କ ନିର୍ମାଣ ପାଇଁ ରାଜ୍ୟ ସରକାର ଅନୁମତି ଦେବା ସହ ଇଡ୍କୋ କୁ ଦଶ କୋଟି ଟଙ୍କା ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଇ ସାରିଛନ୍ତି।

Leave A Reply

Your email address will not be published.