Webportal

ଅନୁଗୁଳ ଜିଲ୍ଲାରେ ଗୋଟିଏ ଦିନରେ ସାତ କରୋନା ଆକ୍ରାନ୍ତ ସୁସ୍ଥ:ପଡନ୍ତୁ ଆଜିପର୍ଯ୍ୟନ୍ତ ଜିଲ୍ଲାର କରୋନା ଆକ୍ରାନ୍ତଙ୍କ ସମ୍ବଧିୟ ସରକାରୀ ତଥ୍ୟ

0 462

ବର୍ତ୍ତମାନ ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୫୬ କରୋନା ପଜିଟିଭ ମଧ୍ୟରୁ ୪୦  ଜଣ ସୁସ୍ଥ ହୋଇଛନ୍ତି। ଆଜି ଗୋଟିଏ ଦିନରେ ୭ ଜଣ ସୁସ୍ଥ ହେବା ଜିଲ୍ଲାବାସୀଙ୍କ ପାଇଁ ଏକ ଆଶ୍ୱସ୍ତି ର ବିଷୟ। ଏମାନଙ୍କ ମଧ୍ୟରୁ ୬ ଜଣ ଛେଣ୍ଡିପଦା ଓ ଜଣେ ବନରପାଲ ବ୍ଲକର ଯେଉଁମାନେ ଯଥାକ୍ରମେ ଚଳିତ ମାସ ୧୧ ଓ ୧୩ ତାରିଖରେ ତାଳଚେର କୋଭିଡ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ।ଏହି ସାତ ଜଣଙ୍କୁ ଅନୁଗୁଳ ପଂଚମହଲା ସ୍ଥିତ କୋଭିଡ କେୟାର ସେଣ୍ଟର ରେ ୧୪ ଦିନ ପାଇଁ ନିରୀକ୍ଷଣ ସକାଶେ ରଖାଗଲା। ପ୍ରକାଶ ଥାଉକି ପୂର୍ବରୁ ୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ର ମୋଟ ଚିକିତ୍ସାଧୀନ ୧୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ଜଣ ତାଳଚେର କୋଭିଡ ହସ୍ପିଟାଲରେ, ଜଣେ ଭୁବନେଶ୍ୱର ସ୍ଥିତ ଘରୋଇ କୋଭିଡ ହସ୍ପିଟାଲରେ, ଜଣେ ଏକ ଶିଳ୍ପ ସଂସ୍ଥାର ଆଇସୋଲେସନ ୱାର୍ଡରେ ଏବଂ କୋଭିଡ କେୟାର ହସ୍ପିଟାଲର ଜଣେ ଆକ୍ରାନ୍ତ ଡାକ୍ତର ଭୁବନେଶ୍ୱର ସ୍ଥିତ ଏକ ଘରୋଇ କୋଭିଡ କେୟାର ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ୭୦୩୫ ଜଣଙ୍କର ସ୍ୱାବ ନମୁନା ସଂଗ୍ରହ ହୋଇଥିବା ବେଳେ ୬୫୫୪ ଜଣଙ୍କର ରିପୋର୍ଟ ହସ୍ତଗତ ହୋଇଛି।ଏଥିରୁ ନେଗେଟିଭ ୬୪୯୮, ପଜିଟିଭ ୫୬ ଓ ୪୮୧ ଟି ରିପୋର୍ଟ ଆସିବାକୁ ବାକି ଅଛି ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରକାଶ।

Leave A Reply

Your email address will not be published.