Webportal

ଅନଗୁଳ ଜିଲ୍ଲା ମହିଳା କଂଗ୍ରେସର ଆନ୍ତର୍ଜାତିୟ ମହିଳା ଦିବସ ପାଳନ

0 295

ଅନୁଗୁଳ ନନ୍ଦିନୀ ଦେବୀ ପାଠାଗାର ଠାରେ ଜିଲ୍ଲା ମହିଳା କଂଗ୍ରେସ କମିଟି ତରଫରୁ ଆନ୍ତର୍ଜାତିୟ ମହିଳା ଦିବସ ପ୍ରଦେଶ ମହିଳା କଂଗ୍ରେସ ଉପସଭାନେତ୍ରୀ ସୁକାନ୍ତି ଦାସଙ୍କ ନେତୃତ୍ୱରେ ପାଳନ କରାଯାଇଛି। ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସବିତା ଧୀର ମହିଳା ମାନଙ୍କ ଉପରେ ହେଉଥିବା ଘରୋଇ ହିଂସା, ହତ୍ୟା, ଧର୍ଷଣ, ନିଶା ନିବାରଣ ଏବଂ ରନ୍ଧନ ଗ୍ୟାସର ଦରବୃଦ୍ଧି ଆଦି ଉପରେ ଆଲୋକପାତ କରିଥିଲେ। ଉପସ୍ଥିତ ଅନ୍ୟ ମହିଳା ମାନେ ମଧ୍ୟ ମହିଳା ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ରାଜଶ୍ରୀ ମହାନ୍ତି, ମାଣିକ୍ୟ ପ୍ରଭା, ନିଲକମଲ ସେଠୀ, ଲକ୍ଷ୍ମୀ ସାହାଣୀ, ଗୋଲାପୀ ରାଉତ, ଦେବ କୁମାରୀ ନାଏକ ପ୍ରମୂଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.