Webportal

ଅଦ୍ଭୂତପୂର୍ବ ସାହସର ପ୍ରଦର୍ଶନ : ୪୨ ଘଣ୍ଟା ହେଲା ବୋର୍‌ୱେଲ୍‌ରେ ପଡ଼ିଥିବା ଶିଶୁ ନିଜ ଉଦ୍ଧାର ପାଇଁ ଉଦ୍ଧାରକାରୀ ଦଳଙ୍କୁ କରୁଛି ସାହଯ୍ୟ

0 205

ଛତିଶଗଡ଼ର ଜାଁଜଗିର-ଚାଁପାଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜିଲ୍ଲାର ଏକ ବୋର୍‌ୱେଲ୍‌ ମଧ୍ୟରେ ଜଣେ ୧୧ ବର୍ଷୀୟ ବାଳକଟି ଖସିପଡ଼ିଛି। ଖୁସିର କଥା ହେଉଛି କି ପଡ଼ିଯିବାର ୪୨ ଘଣ୍ଟା ପରେ ବି ବାଳକଟି ସୁରକ୍ଷିତ ରହିଛି। ଆଶ୍ଚର୍ଯ୍ୟ କଥା ହେଉଛି ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ବାଳକଟି ନିଜେ ବୋର୍‌ୱେଲ୍‌କୁ ପଠାଯାଉଥିବା ବାଲ୍‌ତି‌ରେ ପାଣି ଭରି ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି।

ପିଲାଟି ବୋର୍‌ୱେଲ୍‌ ଭିତରେ ପଡ଼ିଯିବା ପରେ ଗୁଜୁରାଟର ରୋବଟିକ୍ସ ଟିମ୍ ଉଚିତ୍‌ ସମୟରେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ପିଲାଟି ବୋର୍‌ୱେଲ୍‌ ଭିତରେ ରହି ଟିମ୍‌କୁ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଥିବାର ଜାରି ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି।

ପିଲାଟିର ନାଁ ରାହୁଲ୍‌। ଛତିଶଗଡ଼ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ,ପିଲାଟିକୁ ଉଦ୍ଧାର କରିବା ଲାଗି ଜେସିବି ଲଗାଇ ସମାନ୍ତରଳ ଗାତ ଖୋଳା ଯାଉଥିଲା। କିନ୍ତୁ, ଭୂଗର୍ଭରେ ପଥର ପଡ଼ିବାରୁ ଗାତ ଖୋଳା ବାଧା ପାଇଥିଲା। ହ୍ୟାଣ୍ଡ୍‌ କଟର୍‌ଡ୍ରିଲ୍‌ରେ ପଥରକୁ ଭାଙ୍ଗି ଖଣ୍ଡ ଖଣ୍ଡ କରିବା କଷ୍ଟସାଧ୍ୟ ହୋଇଥିବାରୁ ‘ହେଭି ମେସିନାରି ଏବଂ ରକ୍‌ ବ୍ରେକର୍‌’ ଅଣାଯାଇଛି। ବାଳକଟିକୁ ବାହାର କରିବା ପାଇଁ ଆହୁରି ୧୦ରୁ ୧୫ ଘଣ୍ଟା ଲାଗିବ ବୋଲି ଅନୁମାନ କରାଯାଉଛି। ଏପର୍ଯ୍ୟନ୍ତ ୫୦ ଫୁଟ୍‌ ଗାତ ଖୋଳାଯାଇଛି।
ରାହୁଲଙ୍କୁ ବୋର୍‌ୱେଲ୍‌ରୁ ସୁରକ୍ଷିତ ଭାବେ ବାହାରକୁ କାଢ଼ିବାର ସମସ୍ତ ଚେଷ୍ଟା କରାଯାଉଛି। ସହ ସହ ଅଧିକାରୀ ଓ କର୍ମଚାରୀ ବୋର୍‌ୱେଲ୍‌କୁ ନାବାଳକଟିକୁ କାଢ଼ିବାକୁ ବୋର୍‌ୱେଲ୍‌ରେ ସୁଡ଼ଙ୍ଗ କରି ଚେଷ୍ଟା ଜାରି ରଖିଛନ୍ତି।

Leave A Reply

Your email address will not be published.