Webportal

ଅଜଣା ଗାଡି ଧକ୍କାରେ ମହିଳା ମୃତ

0 301

ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ ଟାଉନ୍ ସିପ୍ ଛକ ନିକଟରେ ଅଜଣା ଗାଡି ଧକ୍କାରେ ମହିଳା ଙ୍କ ମୃତୁ ହୋଇଛି। ସୁଚନା ଅନୁଯାୟୀ ବେନ୍ତପୁର ଗ୍ରାମର ମମତା ନାୟକ (୩୫) ଙ୍କ ଏହି ଦୁର୍ଘଟଣା ରେ ମୃତୁ ଘଟିଛି। ଆଜକୁ ୧୦ ବର୍ଷକୁ ହେଲା କାଣ୍ତସର ଗ୍ରାମର ସୋଭାଗିନି ଗୋଛୟତଙ୍କ ଘରେ ମମତା ରହି ନାଲକୋ ଅଞ୍ଚଳରେ ରେ କାମ କରୁଥିଲେ। ସବୁଦିନ ପରି ଆଜି ପ୍ରାତଃ ୪ ଟା ସମୟରେ କାର୍ଯ୍ୟ କରିବାକୁ ଯାଇଥିବା ବେଳେ ନାଲକୋ ଟାଉନ୍ ସିପ୍ ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ତାଙ୍କ ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ନାଲକୋ ପୋଲିସ୍ ପହଞ୍ଚି ଶବକୁ ଜବତ କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ। ବାରମ୍ବାର ୫୫ନଂ ଜାତୀୟ ରାଜପଥରେ ଦୁର୍ଘଟଣା ଘଟି ଧନଜୀବନ କ୍ଷତି ହେଉଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଜନସାଧରଣ ଏହାର ସ୍ଥାୟୀ ପ୍ରତିକାର ପାଇଁ ପ୍ରଶାସନ କୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.