Webportal

ଅଜଣା ଗାଡି ଧକ୍କାରେ ଜଣେ ମୃତ ଓ ଜଣେ ଗୁରୁତର

0 311

ସଡକ ଦୁର୍ଘଟଣାରେ ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ଅଜଣା ଗାଡି ଧକ୍କାରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।  ସୂଚନା ମୁତାବକ ଅନୁଗୁଳ ଜିଲ୍ଲାର ବନ୍ତଳା ଥାନା ମାଟିଆସାହି ପଞ୍ଚାୟତ ପୁରୁଣାଗଡ଼ ଉଦ୍ୟାନ ପାଖରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ଅକାଳରେ ଗୋଟିଏ ଅମୂଲ୍ୟ ଜୀବନ ଚାଲିଯାଇଛି। ମୃତ ଯୁବକ ଜଣକ ହେଲେ ପୁରୁଣାଗଡ଼ ବଡଦାଣ୍ଡ ସାହିର ସାଗର ବେହେରା (୧୯) ଆହତ ଯୁବକ ଜଣକ ହେଉଛନ୍ତି ରୀଙ୍କୁ ବେହେରା (୨୦)। ଦୁଇ ସାଙ୍ଗ କୌଣସି କାର୍ଯ୍ୟ ପାଇଁ ଆସିଥିବା ବେଳେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି।

Leave A Reply

Your email address will not be published.