Webportal

ଅଗ୍ନିପଥ ବିରୁଦ୍ଧରେ ହିଂସାକାଣ୍ଡ ରେ କାହାର ଫାଇଦା

0 228

ସଂପ୍ରତି କେନ୍ଦ୍ର ସରକାର ଘୋଷଣା କରିଥିବା ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ଅସନ୍ତୋଷ ପ୍ରକାଶ ପାଇଛି। ନାଗରିକଙ୍କୁ ଅଧିକାର ରହିଛି ଅସନ୍ତୋଷ ବ୍ୟକ୍ତ କରିବା ପାଇଁ, ତା ସହିତ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବା ପାଇଁ ଯଦି ସେମାନେ ଖୁସି ନୁହନ୍ତି।

କିନ୍ତୁ ଦେଖାଯାଉଛି ଯେ ବିରୋଧ ପ୍ରଦର୍ଶନ କରିବା ଆଳରେ ରାଷ୍ଟ୍ରୀୟ ସମ୍ପତିକୁ ଭାଙ୍ଗି ଓ ଜଳାପୋଡା କରି ନଷ୍ଟ କରି ଦିଆଯାଇଛି।

କିନ୍ତୁ ଏପରି କାହିଁକି କରାଯାଉଛି ବୁଝା ପଡୁନାହିଁ। ଅଗ୍ନିପଥ ତ କେବଳ ଏକ ଯୋଜନା। କୌଣସି ବାଧ୍ୟତାମୂଳକ ଯୋଜନା ନୁହେଁ। ଯାହାର ଇଚ୍ଛା ହେବ ସେ ହିଁ କେବଳ ଅଗ୍ନିପଥ ଯୋଜନାରେ ଯୋଗ ଦେଇ ଦେଶ ସେବା କରିବ।

କିଛି ବିନାଶକାରୀ ଶକ୍ତି ଯୁବକ ମାନଙ୍କୁ ଉସ୍କାଉଥିବାର୍ ସନ୍ଦେହ ସୃଷ୍ଟି ହୁଏ। ଦେଶର ଯୁବାଙ୍କୁ ବୁଝିବାର ଆବଶ୍ୟକତା ରହିଛି ଯେ ଅଗ୍ନିପଥ ବିରୁଦ୍ଧରେ ହିଂସାର ଆଚରଣ ଦେଶବିରୋଧି ଏବଂ ଏହାକୁ ବିରୋଧ କରିବାର କୌଣସି ଆବଶ୍ୟକତା ନାହିଁ। ଯଦି ସେମାନେ ଚାହିଁବେ ନୂତନ ଯୋଜନା ଘୋଷଣା କରିବା ପାଇଁ ଶାନ୍ତିପୂର୍ଣ୍ଣ ଭାବେ ଦାବି କରିପାରିବେ।

Leave A Reply

Your email address will not be published.