Webportal

ଅଂଶୁଘାତ ରେ ମୃତ୍ୟୁ

0 215

ପୁଣି ଜଣେ କୃଷକଙ୍କ ଅଂଶୁଘାତରେ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଭୋଗରାଇ ବ୍ଲକ ଅନ୍ତର୍ଗତ କମର୍ଦ୍ଦା ଥାନା ଅଧିନସ୍ଥ ଗୁଣସାର୍ଥା ଗାଁର ନିର୍ମଳ ଖଣ୍ଡା (42) ଆଜି ପୂର୍ବାହ୍ନରେ ନିଜ ଅଞ୍ଚଳରେ ଥିବା ଚାଷ ଜମିରେ କାମ କରୁଥିବା ବେଳେ ଅସୁସ୍ଥ ଅନୁଭବ କରିଥିଲେ । ଦିନ ପ୍ରାୟ ଗୋଟାଏ ବେଳେ ଘରକୁ ଫେରିବା ପରେ ପତ୍ନୀଙ୍କୁ ପାଣି ମାଗି ପିଇବା ପରେ ତାଙ୍କ ଚେତା ଉଡିଯାଇଥିଲା। ସଙ୍ଗେ ସଙ୍ଗେ ପରିବାର ଲୋକେ ସ୍ଥାନୀୟ ଲୋକଙ୍କ ସହାୟତାରେ ଡାକ୍ତରଖାନାକୁ ନେଇ ଯାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଂଶୁଘାତ ଜନିତ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ କମର୍ଦ୍ଦା ଥାନା ପୋଲିସ ଶବ ବ୍ଯବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛି । ଅନ୍ଯପକ୍ଷରେ ମୃତ ନିର୍ମଳଙ୍କ ଦୁଇଟି ଛୋଟ ଛୋଟ ପିଲାଙ୍କୁ ନେଇ ବିଧବା ପତ୍ନୀଙ୍କ ଆଖିରୁ ଲୁହ ଶୁଖୁନି। ଏନେଇ ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.