Webportal

୨୮ ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ନାଟ୍ୟମ ନାଟ୍ୟ ମେଳା ଆସନ୍ତା ୧୮ରୁ

ଆସନ୍ତା କାଲି ସବୁ ଜିଲ୍ଲା ସହିତ ଅନୁଗୁଳରେ ମଧ୍ୟ ପରିକ୍ରମା ପ୍ରକଳ୍ପ ଜନିତ ନାଟକ ମଞ୍ଚସ୍ଥ ହେବ

0 169

୨୮ ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ନାଟ୍ୟମ ନାଟ୍ୟ ମେଳା ଆସନ୍ତା ୧୮ରୁ।ଆସନ୍ତା କାଲି ସବୁ ଜିଲ୍ଲା ସହିତ ଅନୁଗୁଳରେ ମଧ୍ୟ ପରିକ୍ରମା ପ୍ରକଳ୍ପ ଜନିତ ନାଟକ ମଞ୍ଚସ୍ଥ ହେବ।ଆସନ୍ତା ୧୮ ତାରିଖରୁ ୨୧ ତାରିଖ ଯାଏ ସ୍ଥାନୀୟ ସଭାଘର ଠାରେ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ନାଟ୍ୟମ୍ନାଟ୍ୟ ମେଳା ଅନୁଷ୍ଠିତ ହେବ। ଏ ପ୍ରସଙ୍ଗରେ ନାଟ୍ୟମ୍ ଅନୁଷ୍ଠାନ ପକ୍ଷରୁଜିଲ୍ଲା ସଂସ୍କୃତି ପାଠାଗାର ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଏହି ସମ୍ମିଳନୀ ରେ ନାଟ୍ୟମ ର ସଭାପତିସୁଧାଂଶୁ ମୋହନ ଦ୍ବିବେଦୀ,ସମ୍ପାଦକ ସମୀର ପଟ୍ଟନାୟକ,କୋଷାଧ୍ୟକ୍ଷ ରବୀନ୍ଦ୍ର କୁମାର ସାହୁ ଏବଂ ବରିଷ୍ଠ ସଦସ୍ୟ ତଥା ଅନୁଷ୍ଠାନର ମିଡିଆ ପ୍ରଭାରୀ ତପନ କୁମାର ଦାସ ଉପସ୍ଥିତ ରହିଥିଲେ।ସଭାପତି ଶ୍ରୀ ଦ୍ବିବେଦୀ ଆସନ୍ତା ୧୭ ତାରିଖରେ ରାଜ୍ୟ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସଙ୍ଗୀତ ନାଟକ ଏକାଡେମୀ ଆନୁକୁଲ୍ୟରେ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ର ଉଦ୍ଘାଟନ ଅବସରରେ ନାଟକ ବ୍ରହ୍ମ ବିଷାଦ, ବିସମ୍ବାଦ ମଞ୍ଚସ୍ଥ ହେବ ବୋଲି ସୂଚନା ଦେଇଥିଲେ।ସନ୍ଧ୍ୟାରେ ନାଟ୍ୟମ୍ ଅନୁଷ୍ଠାନ ର କଳାକାର ମାନେ ଏହି ନାଟକ ମଞ୍ଚସ୍ଥ କରିବେ।ଏହି ନାଟକ କୁ ରଚନା କରିଛନ୍ତି ନବୀନ କୁମାର ପରିଡ଼ା ଓ ନିର୍ଦ୍ଦେଶନା ଦେଇଛନ୍ତି ସୁଧାଂଶୁ ମୋହନ ଦ୍ବିବେଦୀ।୧୮ ଜାନୁଆରୀ ରୁ ୨୧ ଯାଏ ନାଟ୍ୟମ ନାଟ୍ୟମେଳା ଅନୁଷ୍ଠିତ ହେବ।୧୮ ତାରିଖ ଦିନ ଭୁବନେଶ୍ବର ବିଦ୍ୟା କନକ ସୃଜାନୁଷ୍ଠାନ ପକ୍ଷରୁ ନାଟକ ଏଇ ବୋଧେ ପ୍ରେମ,୧୯ ତାରିଖ ଦିନ ଦେବଗଡ଼ ଜାଗରଣ ଆର୍ଟ ଇଣ୍ଟରନେସନାଲ ପକ୍ଷରୁ ଲୁହର ରଙ୍ଗ,୨୦ତାରିଖରେ ପାରାଦୀପ ର କାନଭାସ ପକ୍ଷରୁ ଘିନୁଆ ଏବଂ ୨୧ ତାରିଖ ଦିନ ଭୁବନେଶ୍ବର ରଙ୍ଗମ ଅନୁଷ୍ଠାନ ପକ୍ଷରୁ ନାଟକ ସମ୍ପର୍କ ମଞ୍ଚସ୍ଥ କରାଯିବ ।ଦର୍ଶକ ମାନେ ବହୁ ସଂଖ୍ୟାରେ ଆସି ନାଟକ ଦେଖିବା ସହ ରଙ୍ଗ ମଞ୍ଚ କୁ ବଞ୍ଚାଇବା ପାଇଁ ଉଦ୍ୟୋକ୍ତା ମାନେ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.