Webportal

୨୪ ଜିଲ୍ଲାକୁ ଗ୍ରସ୍ତ କରିସାରିବା ପରେ ଏବେ ଆମେରିକା ଯାଇ ପ୍ରବାସୀ ଓଡ଼ିଆଙ୍କୁ ଭେଟିବ ସିଏମଓ, ପାଣ୍ଡିଆନଙ୍କ ସହ ଗଲେ ମନ୍ତ୍ରୀ ଓ ସାଂସଦ

0 221

୨୪ ଜିଲ୍ଲାକୁ ଗ୍ରସ୍ତ କରିସାରିବା ପରେ ଏବେ ଆମେରିକା ଯାଇ ପ୍ରବାସୀ ଓଡ଼ିଆଙ୍କୁ ଭେଟିବ ସିଏମଓ, ପାଣ୍ଡିଆନଙ୍କ ସହ ଗଲେ ମନ୍ତ୍ରୀ ଓ ସାଂସଦ।ରାଜ୍ୟର ୨୪ଟି ଜିଲ୍ଲାକୁ ଗସ୍ତ କରି ରାତ୍ରି ରହଣୀ ସହ ଭବ୍ୟ ସମ୍ବର୍ଦ୍ଧନା, ସଭାସମିତି ସହ ପ୍ରକଳ୍ପ ଘୋଷଣା ଆଦି କାର୍ଯ୍ୟକ୍ରମ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ୧୦ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ତାଙ୍କ ସହ ରାଜ୍ୟ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ବିଜେଡି ସାଂସଦ ସୁଜିତ୍ କୁମାରଙ୍କ ସମେତ ଏକ ୭ଜଣିଆ ଟିମ୍ ଆମେରିକାର କାଲିଫର୍ଣ୍ଣିଆ ପ୍ରଦେଶକୁ ଗସ୍ତ କରିଥିବା ସୂଚନା ମିଳିଛି । ଏହି ଗସ୍ତ ସମୟରେ ଶ୍ରୀ ପାଣ୍ଡିଆନଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ)ର ଅଫିସରମାନେ ଓଡ଼ିଶା ସରକାରଙ୍କ ଦ୍ୱାରା ସେଠାରେ ଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ଆୟୋଜିତ ଏକ ସମାବେଶ ଓ ରାତ୍ରିଭୋଜନ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡ଼ିଛି ।ମିଳିଥିବା ସୂଚନା ଅନୁସାରେ, ଶ୍ରୀ ପାଣ୍ଡିଆନଙ୍କ ସହ  ରାଜ୍ୟ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା, ସାଂସଦ ସୁଜିତ୍ କୁମାର, ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ ମିଶ୍ର(ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଓଏସଡି), ଆର. ଭିନିଲ କ୍ରିଷ୍ଣା (ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ), ଆଇଟି ବିଭାଗର ସ୍ୱତନ୍ତ୍ର ସଚିବ ମାନସ ରଞ୍ଜନ ପଣ୍ଡା ପ୍ରମୁଖ ଆମେରିକା ଅଭିମୁଖେ ଗସ୍ତ କରିଛନ୍ତି ।ସରକାରୀ ଭାବେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଏହି ଗସ୍ତ ସମ୍ପର୍କରେ କିଛି ସୂଚନା ଦିଆଯାଇନାହିଁ ତଥାପି ଶ୍ରୀ ପାଣ୍ଡିଆନ ଓ ତାଙ୍କ ଟିମ୍ ଆସନ୍ତା ୩୦ ତାରିଖରେ ଭୁବନେଶ୍ୱର ଅଭିମୁଖେ ଫେରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.