Webportal

୨୦୨୪ ରେ କଂଗ୍ରେସ କ୍ଷମତାକୁ ଫେରିବା ପାଇଁ ବାଟ ଖୋଲୁଛି ବିଜେପି

0 154

ଏକଥା କୁ କୌଣସି ରାଜନୈତିକ ଦଳ ମନା କଲି ପାରିବେ ନାହିଁ ଯେ ଦଳ ଚଳାଇବା ପାଇଁ ଓ ନିର୍ବାଚନ ଲଢ଼ିବା ପାଇଁ ଆଜି ଯୁଗରେ ଅଜସ୍ର ଟଙ୍କାର ଆବଶ୍ୟକତା ରହିଛି।

ତେଣୁ ଚାନ୍ଦା ଆଦାୟ ହେଉ, ଦୁର୍ନୀତି କରି ହେଉ କିମ୍ବା ଅନ୍ୟ କେଉଁ ଆକାରରେ ହେଉ ଶାସକ ଏବଂ ବିରୋଧି ସମସ୍ତ ରାଜନୈତିକ ଦଳ ଓ ସେମାନଙ୍କ ନେତା ନେତ୍ରୀ ମାନେ ସଦାସର୍ବଦା ଟଙ୍କା ଯୋଗାଡ଼ରେ ଲାଗି ଥାନ୍ତି।

କହିବାକୁ ଗଲେ ଯଦି ନିରପେକ୍ଷ ତଦନ୍ତ କରାଯାଏ ତେବେ ଉପର ସ୍ତରର ପ୍ରାୟ ସତ ପ୍ରତିଷଦ ନେତା ନେତ୍ରୀ ବିପୁଳ କଳାଟଙ୍କାର ଅଧିକାରୀ ସାବ୍ୟସ୍ତ ହେବେ। ସେଇଥିପାଇଁ ତୁ ଯାହା ମୁଁ ତାହା ନ୍ୟାୟରେ ପ୍ରାୟ ସମୟରେ ରାଜନୈତିକ ଦଳ ମାନେ ଚାଲୁଥିବାର ଦେଖାଯାଏ।

ଚଳିତ କିଛିଦିନ ହେଲା କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀ ଗୁଡିକ ଖାସକରି ବିରୋଧି ଦଳର ନେତାମାନଙ୍କ ଉପରେ ଚଢ଼ାଉ କରି ଚାଲିଛନ୍ତି ଏବଂ ସେମାନଙ୍କ ପାଖରୁ ବିପୁଳ ପରିମାଣରେ ସମ୍ପତି ମଧ୍ୟ ଜବତ କରୁଛନ୍ତି । ଏହା ସ୍ୱାଭାବିକ ବୋଲି ଆମେ ଆଗରୁ କହିରଖିଛୁ।

କିନ୍ତୁ ଯାଞ୍ଚ ଏଜେନ୍ସୀ ଗୁଡିକ ଯଦି ସାଧୁତା ସହିତ ଧରପଗଡ କରି ଚାଲିବେ ତେବେ ଦେଶରେ ରାଜନୀତି ଓ ନିର୍ବାଚନ ଉଭୟେ ଭ୍ରଷ୍ଟାଚାର ମୁକ୍ତ ହେଇଯିବ କାରଣ ନେତାମାନଙ୍କ କଳାଧନ ଗୁଡିକ ଜବତ ହେଇଯିବ।

କିନ୍ତୁ ଦେଖିବାକୁ ମିଳୁଛି ଏପରି ହେଉନାହିଁ। କିଛି ନେତା ଯେଉଁମାନେ ବିଜେପି ପାଇଁ ଅସୁବିଧା ସୃଷ୍ଟି କରିବାର ଆଶଙ୍କା ରହିଛି କେବଳ ସେମାନଙ୍କୁ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀ ଗୁଡିକ ଧରୁଛନ୍ତି। ଯେଉଁମାନଙ୍କ ନାଁରେ ପୂର୍ବରୁ ଯାଞ୍ଚ ଚାଲିଥିଲା ସେମାନେ ବିଜେପିରେ ଯୋଗଦେବା ପରେ ତାଙ୍କ ବିପକ୍ଷରେ ଯାଞ୍ଚ ବନ୍ଦ କରିଦିଆଯାଉଛି। ଏହା ଆମେ କହୁନାହୁଁ, ଏପରି ଆରୋପ ଲଗାଉଛନ୍ତି ଦେଶର ତମାମ ବିରୋଧି ଦଳ ଓ ସେମାନଙ୍କ ନେତୃବୃନ୍ଦ।

ଏହା ସ୍ପଷ୍ଟ ଯେ ସବୁଦିନ କୌଣସି ନା କୌଣସି ଏକ ବିରୋଧି ଦଳର ନେତା ନେତ୍ରୀ ଉପରେ ଚଢ଼ାଉ ଜାରି ରହୁଛି ଯାହା ଫଳରେ ସାଧାରଣ ଲୋକମାନେ ବି ଏହାର କାରଣ ଖୋଜିବାରେ ଲାଗିଗଲେଣି।

ଯଦି ଏପରି ଜାରି ରହେ ତେବେ ବୃହତ୍ତମ ବିରୋଧୀ ଦଳ କଂଗେସ ଯେ ୨୦୨୪ ଲୋକସଭା ନିର୍ବାଚନ ରେ ଆପେ ଆପେ କ୍ଷମତାକୁ ଫେରିବାକୁ ଏଡାଇ ଦିଆଯାଇନପାରେ, ଯାହା ପାଇଁ କି ଦାୟୀ ରହିବ ନିଜେ କେନ୍ଦ୍ରରେ ଶାସନରେ ଥିବା ବିଜେପି ଦଳ ଓ ସେମାନଙ୍କ ନେତୃବୃନ୍ଦ।

(ବ୍ୟୁରୋ ରିପୋର୍ଟ : ମିଡ଼ିଆ ଇଣ୍ଡିଆ ନିଉଜ)

Leave A Reply

Your email address will not be published.