Webportal

୧୫ ଗ୍ରାମ ବ୍ରାଉନ ସୁଗାର ଜବତ;୪ ଗିରଫ

ଜଣେ ଫେରାର

0 303

ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ରାଜକିଶୋର ପଡା ଟାଉନ ହାଇ ସ୍କୁଲ ସମ୍ମୁଖରେ ଥିବା ଭେଣ୍ଡିଂ ଜୋନ୍ ଠାରୁ ୧୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଟାଉନ୍ ଥାନା। ସୂଚନା ଯେ, ପୂଜା ବଜାର ରେ ନିଶା କାରବାର ଚାଲିଥିବାର ସୂଚନା ଅନୁଯାୟୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ର ଙ୍କ ନିର୍ଦେଶ କ୍ରମେ ଅନୁଗୁଳ ଉପଖଣ୍ଡ ଆରକ୍ଷୀ ଅଧିକାରି ରମାକାନ୍ତ ମହାଳିକ ଏବଂ ଟାଉନ ଥାନା ଆଇଆଇସି ଧୀରେସ କୁମାର ଦାସ ବ୍ରାଉନ ସୁଗାର କାରବାର କରୁଥିବା ର ବିଶେଷ ସୂତ୍ରରୁ ଖବର ପାଇ ଏକ ଟିମ୍ ଗଠନ କରି ସଦଳବଳେ ଚଡାଉ କରି ଚାରି ଜଣ କୁ ଗିରଫ କରିବା ସହିତ ୧୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲେ। ଯାହାର ଆନୁମାନିକ ୪ ରୁ ୫ ଲକ୍ଷ ଟଙ୍କା ର ମୂଲ୍ଯ ହେବ ନେଇ ଟାଉନ୍ ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଏହି ବ୍ରାଉନ ସୁଗାର କାରବାର ବାଲେଶ୍ୱର ରୁ କରାଯାଉଥିବା ସୂଚନା ମିଳିଛି। ଅଭିଯୁକ୍ତ ମାନଙ୍କ ଠାରୁ ଆଲୁମିନିୟମ ଫଏଲ, ୪ ମୋବାଇଲ ଫୋନ, ବ୍ରାଉନ ସୁଗାର କୁ ପ୍ୟାକେଟ୍ କରିବା କାଗଜ କୁ ଜବତ କରାଯାଇଛି।

Leave A Reply

Your email address will not be published.