Webportal

ହୋଟେଲ ଅଳିଆ କୁ ସେହି ହୋଟେଲ ସାମ୍ନାରେ ପକାଗଲା

0 204

ଭୁବନେଶ୍ୱର ରେ  ଏମସି କମିଶନରଙ୍କ ଉପସ୍ଥିତିରେ ଦୋକାନର ଅଳିଆକୁ ଦୋକାନ ସାମ୍ନାରେ ଟ୍ରାକ୍ଟର ଲଗାଇ ପକାଇଛନ୍ତି। କଳ୍ପନା ଛକ ନିକଟରେ ଥିବା ଏକ ହୋଟେଲରୁ ନିର୍ଗତ ଅଳିଆ ଦୀର୍ଘ ଦିନ ଧରି ରାସ୍ତା ଉପରେ ପଡି ରହିଥିଲା, ଯାହା ଫଳରେ ସ୍ଥାନୀୟ ଲୋକ ନାହିଁ ନଥିବା ହଇରାଣ ହେଉଥିଲେ। ତେବେ ବିଏମସି କମିଶନର ହୋଟେଲ ନିକଟରେ ଆଜି ସକାଳେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ବିଏମସି କମିଶନରଙ୍କ ଉପସ୍ଥିତିରେ ରାସ୍ତାରେ ପଡ଼ିଥିବା ଅଳିଆକୁ ଆଣି ବଂଶୀଧର ହୋଟେଲ ସାମ୍ନାରେ ଜମା କରାଯାଇଛି। ବ୍ୟବସାୟିକ ପ୍ରତିଷ୍ଠାନ ନିକଟରେ ଯଦି ଅଳିଆ ସଫା ନ କରିବେ ତେବେ ଆଗକୁ ସେହି ଅଳିଆ ସବୁ ଦୋକାନ ଆଗରେ ପଡିବ ବୋଲି କହିଛନ୍ତି କମିଶନର।

Leave A Reply

Your email address will not be published.