Webportal

ହନୁ କିଏ? ନିରଞ୍ଜନ, ସୁର ନା ଉଭୟ

0 165

ରାଜ୍ୟରେ ପ୍ରଦେଶ କଂଗ୍ରେସ ସଭାପତି ପରିବର୍ତ୍ତନ ଚର୍ଚ୍ଚା ଜୋର ଧରିବା ପରେ ଦଳର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟ ଗଣମାଧ୍ୟମ ସମ୍ମୁଖରେ କହିଲେ ଯେ ପୂର୍ବବତ ପରବର୍ତ୍ତୀ ରାଜ୍ୟ କଂଗ୍ରେସ ମୁଖିଆ କିଏ ହେବ ତାହା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ନିର୍ଭର କରେ।ନବୀନ ଯାହା ନାମ ଅନୁମୋଦନ କରିବେ ସେ ହିଁ ରାଜ୍ୟ କଂଗ୍ରେସ ର ପରବର୍ତ୍ତୀ ସଭାପତି ନିଯୁକ୍ତ ହେବେ।

ସୁରଙ୍କ ଏହି ବକ୍ତବ୍ୟ ର ଜବାବ ରଖିବାକୁ ଯାଇ ବର୍ତ୍ତମାନର ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମରେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ହନୁ ମଲା ବେଳକୁ ସତ କହିଲା।

ରାଜନୈତିକ ବିଶେଷଜ୍ଞ ମାନଙ୍କ ମତରେ ଏହାର ଅର୍ଥ ହେଉଛି କି ନିଜ ବିବାଦିତ ମତ ପାଇଁ ସୁର ରାଉତରାୟ ଦଳରୁ ବହିଷ୍କାର ହେବା ପୂର୍ବରୁ ସତ କହିଲେ।କିନ୍ତୁ ଏହା ନିରଞ୍ଜନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ।କାରଣ ସେ ମଧ୍ୟ ସଭାପତି ପଦରୁ ଯିବା ନିଶ୍ଚିତ ଏବଂ ଏହି ସମୟରେ ସୁରବାବୁଙ୍କ ମନ୍ତବ୍ୟରେ ମୋହର ମାରିଦେଲେ।

ତେଣୁ ଉଭୟ ଜଣେ ସଭାପତି ଓ ଆଉଜଣେ ଦଳରୁ ବିଦାହେବା ପୂର୍ବରୁ ସତ କହି ଜଣେଇଦେଲେ କି ରାଜ୍ୟ ରେ କଂଗ୍ରେସ ଦଳର ସଭାପତି କିଏ ହେବ ତାହାର ଇସାରା ନବୀନ ବାବୁ ଦିଅନ୍ତି।

Leave A Reply

Your email address will not be published.