Webportal

ହଟସ୍ପଟ ରେ ନାହିଁ ଅନୁଗୁଳ ଜିଲ୍ଲା:ଲୋକେ ସଚେତନ ରହିଲେ ସୁରକ୍ଷିତ ରହିବେ

0 430

ଆଜିସୁଧା ଅନୁଗୁଳ ଜିଲ୍ଲା ହଟସ୍ପଟ ଅଞ୍ଚଳ ହୋଇନାହଁ।ଏହାର ଗ୍ରୀନ ଯୋନ ମାନ୍ୟତା ହଟି ଅରେଞ୍ଜ ଯୋନ ମାନ୍ୟତା ପାଇଛି। ସରକାରୀ ଭାବେ ଆଜି ପର୍ଯ୍ୟନ୍ତ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୨। ଏଥିରୁ ୯୪ ଜଣ ସୁସ୍ଥ ହୋଇ କୋଭିଡ ହସ୍ପିଟାଲରୁ ଫେରିଛନ୍ତି ଓ ୬ ଜଣ ଅନ୍ୟ ରୋଗର ଚିକିତ୍ସା ପାଇଁ ବିଭିନ୍ନ ହସ୍ପିଟାଲରେ ଅଛନ୍ତି।ଜିଲ୍ଲାର ସମୁଦାୟ ଆକ୍ଟିଭ କେଶ ହେଲା ୩୨।ଅନ୍ୟ ଜିଲ୍ଲାର ଜିଲ୍ଲାପାଳ ତାଙ୍କ ଜିଲ୍ଲାକୁ ହଟସ୍ପଟ ଜିଲ୍ଲାର ଲୋକଙ୍କୁ ଆସିବାକୁ ଲଗାଇଥିବା କଟକଣା ରେ ଭୁଲବସତ ଅନୁଗୁଳ ଜିଲ୍ଲା ର ନାମ ଅନ୍ତର୍ଭୁକ୍ତ କରିଛନ୍ତି। ଏପରି ପରିସ୍ଥିତିରେ ଜିଲ୍ଲାବାସୀ ସଚେତନ ରହିଲେ ଅନୁଗୁଳ ଜିଲ୍ଲାକୁ ଅଧିକ କରୋନା ସଂକ୍ରମଣ ରୁ ରକ୍ଷା କରିପାରିବା ସହ ପୁନଃ ଗ୍ରୀନ ଯୋନ ମାନ୍ୟତା ମିଳି ପାରିବ। ଏ ସମ୍ଭବ ସୂଚନା ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଛି।

Leave A Reply

Your email address will not be published.