Webportal

ସ୍ୱ ସଞ୍ଚିତ ଅର୍ଥ ଫେରି ପାଇବା ପାଇଁ ଚିନ୍ତାରେ ଜନତା

0 198

ଭାରତ ବର୍ଷର ବଡ଼ ବଡ଼ ନାମ କରା ଅର୍ଥ ଲଗାଣକାରି ସଂସ୍ଥା ମଧ୍ୟରୁ ବିଶିଷ୍ଟ ଅର୍ଥ ଉଦ୍ୟୋଗୀ ସୁବ୍ରତ ରାଏ ଙ୍କ ସାହାରା ଇଣ୍ଡିଆ ଆଜି ଦେବାଳିଆ ହୋଇ ପଡିଛି।ଏହି ସଂସ୍ଥା ଉପରେ ଭରସା କରି କୋଟି କୋଟି ଗ୍ରାହକ ସେମାନଙ୍କ ସ୍ୱପ୍ନକୁ ସାକାର କରବାକୁ ନିଜ ନିଜର ଯେଉଁ ଝାଳବୁହା ପରିଶ୍ରମର ଅର୍ଜୀତ ଟଙ୍କା ବିନିଯୋଗ କରିଥିଲେ, ସେଗୁଡିକ ଆଉ ଯେ ସତେ ମିଳିବ ସେହି ଆଶଙ୍କା ରେ ଘୋର ମାନସିକ ଚାପରେ ଅଛନ୍ତି।ସେହିପରି ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ଓ ସାହାର ପରିବାର ପକ୍ଷରୁ ଲିଖିତ ସ୍ପଷ୍ଟୀକରଣ ଗ୍ରାହକଙ୍କୁ ଦୃଢ଼ ନିଶ୍ଚିତ କରିପାରୁନାହିଁ।ଗ୍ରାହକ ମାନଙ୍କ ମଧ୍ୟରେ କେହି କେହି ଝିଅ ବିବାହ ପାଇଁ ସଞ୍ଜୟ କରିଥିବା ବେଳେ, କେହି କେହି ସ୍ୱପ୍ନର ଘର ଖଣ୍ଡିକ ଗଢ଼ିବା ପାଇଁ ପ୍ରସ୍ତୁତି ହେଉଥିଲେ।ସତେ ଯେପରି ଆଖି ଆଗରେ ସେମାନେ ସଞିତ ଅର୍ଥ ଗଣ୍ଡାକ ହାତ ମୁଠାରୁ ଖସି ଯାଉଛି।ଦୈନିକ ଲୋକେ ସ୍ଥାନୀୟ ସାହାରା ଶାଖା ଆଗରେ ସବୁ କାମଧନ୍ଦା ଛାଡ଼ି ଅପେକ୍ଷା କରୁଛନ୍ତି କାଳେ ଶାଖା ପରିଚାଳକ ତାଙ୍କର ଲବ୍ଧ ଅର୍ଥ କାଳେ ଫେରସ୍ତ କରିଦେବେ।ଧିରେ ଧିରେ ପରିସ୍ଥିତି ଏପରି ହେଲାଣି ଲୋକଙ୍କ ଧର୍ଯ୍ୟର ସୀମା ଅତିକ୍ରମ କରି ବିଭିନ୍ନ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ଥାନା କୋର୍ଟ କଚେରୀକୁ ମାମଲା ଗଲାଣି।ଆଜି ଚଣ୍ଡିଖୋଲସ୍ଥିତ ସାହାରା ଶାଖା ରେ ବହୁ ଗ୍ରାହକ ପହଞ୍ଚି ନିଜ ନିଜର ପ୍ରିମିୟମ ରାଶି ଫେରସ୍ତ ଦାବି କରିଥିଲେ।

Leave A Reply

Your email address will not be published.