Webportal

ସ୍ୱାର୍ଥୀ ରାଜନୀତିର କରୁଣ ପରିଣତି:ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କରୋନା ରେ ଦେହାନ୍ତ:ସମସ୍ତଙ୍କୁ ଏହି ଦୁଃଖଦ ଘଟଣା ରୁ ଶିକ୍ଷା ନେବାର ଆବଶ୍ୟକ ରହିଛି

0 265

ଦେଶର ବିଭିନ୍ନ ସ୍ଥାନରେ ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କୋଭିଡ କଟକଣାକୁ ଅଣଦେଖା କରି ପ୍ରଚାର କରାଯାଉଥିବା ଦେଖା ଯାଉଛି।ପିପିଲି ଉପନିର୍ବାଚନ ରେ ମଧ୍ୟ ସମାନ ଅବସ୍ଥା ଥିଲା।ଯେଉଁଥିପାଇଁ ରାଜନୈତିକ ଦଳ ମାନେ ବାରମ୍ବାର ସମାଲୋଚନା ର ଶିକାର ହେଲେ ମଧ୍ୟ ଭୃକ୍ଷେପ କରୁ ନ ଥିଲେ। ବୋଧହୁଏ ତାର ପରିଣାମ ସ୍ଵରୂପ ପିପିଲି ଉପନିର୍ବାଚନ ରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ।କିନ୍ତୁ ଆଜି ଅତ୍ୟନ୍ତ ଦୁଃଖଦ ଘଟଣା ଚିକିତ୍ସିତ ଅବସ୍ଥାରେ ରେ ସେ ମୃତୁ ବରଣ କଲେ।ଏବେ ବି ସମୟ ଅଛି ସମସ୍ତେ କୋଭିଡ ନିୟମ କୁ ଅତ୍ୟନ୍ତ କଡାକଡି ଭାବେ ମାନି ନିଜକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରିବା ଉଚିତ।

ବର୍ତ୍ତମାନ ପିପିଲି ଉପନିର୍ବାଚନ ସ୍ଥଗିତ ହେଲା।ପରବର୍ତ୍ତୀ ନୂତନ ବିଜ୍ଞପ୍ତି ଆସନ୍ତା କିଛି ଦିନରେ ପ୍ରକାଶ ପାଇବ।

 

Leave A Reply

Your email address will not be published.