Webportal

ସ୍ୱାମୀଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ସ୍ତ୍ରୀ’ର ଆତ୍ମହତ୍ୟା ସନ୍ଦେହ

0 580

ଖୋର୍ଦ୍ଧା ସଦର ଥାନା ବଣିଆଟାଙ୍ଗି ଗାଁରେ ଅଭାବନୀୟ ଘଟଣା, ସ୍ୱାମୀଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ସ୍ତ୍ରୀ’ର ଆତ୍ମହତ୍ୟା କରିଥିବା ଅଭିଯୋଗ।

ଖୋର୍ଦ୍ଧା ସଦର ଥାନା ବଣିଆଟାଙ୍ଗି ଗାଁର ସମରେନ୍ଦ୍ର ସେନାପତି ଏକ ରଙ୍ଗ କମ୍ପାନୀରେ କାମ କରନ୍ତି। କିଛିଦିନ ତଳେ ସେ ଘରକୁ ଆସିଥିଲେ। ଆଜି ସକାଳେ ସେ ବିଳକୁ କାମ କରିବା ପାଇଁ ଯାଇଥିଲେ। ମଧ୍ୟାହ୍ନରେ ଘରକୁ ଫେରିଥିଲେ। ତେବେ ହଠାତ୍‌ କ’ଣ ହେଲା ସେ ଘରେ ପଶି କବାଟ କିଳି ଦେଇଥିଲେ। ପରିବାର ଲୋକେ ଯେତେ ଡାକିଲେ ମଧ୍ୟ କବାଟ ଖୋଲିନଥିଲେ।

ଖବର ପାଇଁ ସମରେନ୍ଦ୍ରଙ୍କ ବଡ଼ ଭାଇ ଘରେ ପହଞ୍ଚି ଶାବଳରେ କବାଟ ତାଡ଼ି ଦେଇଥିଲେ। ସେତେବେଳେ ସମରେନ୍ଦ୍ରଙ୍କୁ ଝୁଲନ୍ତା ଅବସ୍ଥାରେ ପାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ଖୋର୍ଦ୍ଧା ମେଡ଼ିକାଲ୍‌ ନେଇଥିଲେ। ସେଠାରେ ଡାକ୍ତର ମୃତଘୋଷଣା କରିଥିଲେ। ସ୍ୱାମୀଙ୍କ ମୃତ୍ୟୁ ଖବର ପାଇଁ ପତ୍ନ ସୁନୀତା ଭାଙ୍ଗି ପଡ଼ିଥିଲେ। ସେ ଘର ଭିତରେ ପଶିଯାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଉଭୟଙ୍କ ମୃତଦେହ ଖୋର୍ଦ୍ଧା ମେଡ଼ିକାଲ୍‌ରେ ରହିଛି। ହେଲେ ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ।

Leave A Reply

Your email address will not be published.