Webportal

ସିନେମା ଷ୍ଟାଇଲ ଏଟିଏମ ଲୁଟେରା ଗ୍ୟାଙ୍ଗ ଅନୁଗୁଳ ପୋଲିସ କବଜାରେ:ତଦନ୍ତରେ ବଡ ରାକେଟ ସମ୍ବନ୍ଧରେ ପର୍ଦାଫାସ ର ସମ୍ଭାବନା

0 383

ଗତ ଆଠ ତାରିଖ ରାତିରେ ଅନୁଗୁଳ ସହରର ଦୁଇ ଦୁଇଟି ଏଟିଏମ ଭାଙ୍ଗିଥିଲେ ଦୁର୍ବୃତ୍ତ।ତାଙ୍କର ଏଟିଏମ ଲୁଟ ପ୍ରଣାଳୀ ସିନେମା ଷ୍ଟାଇଲ ସହିତ ମିଶିଯାଉଛି।ପୋଲିସ ଦେଇଥିବା ସୂଚନା ଅନୁଯାୟୀ ଷ୍ଟେଟବ୍ୟାଙ୍କ ଏଟିଏମ୍ ରୁ ୨୭,୯୦୦୦୦ ଲୁଟ ହୋଇଥିବା ବେଳେ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ୍ ରୁ ଟଙ୍କା ଲୁଟର ବିଫଳ ଚେଷ୍ଟା ହୋଇଥିଲା।

ସାତଜଣ ଲୁଟେରା ହରିୟାଣା ରାଜ୍ୟରୁ ଦୁଇଟି ଟ୍ରକରେ ଆସିଲେ।ଅନୁଗୁଳ ନିକଟରୁ ଏକ କାର ଚୋରି କଲେ।ସେହି କାରରେ ଗ୍ୟାସ କଟର ଉପକରଣ ନେଇ ଏଟିଏମ୍ ଭାଙ୍ଗି ଲୁଟ କଲେ ଓ ପରେ ସମ୍ବଲପୁର ଦିଗକୁ ପଳାୟନ କଲେ।ରାସ୍ତାରେ ହଣ୍ଡପା ଥାନା ଅଞ୍ଚଳରେ କାରଟିକୁ ଛାଡିଦେଲେ।

ପୋଲିସକୁ ଖବର ମିଳିଲା ପରେ ତୁରନ୍ତ ଅନୁଗୁଳ ଏସଡିପିଓ ଓ ଆଇଆଇସି ଙ୍କ ନେତୃତ୍ୱରେ ଏକ ତଦନ୍ତକାରୀ ଦଳ ଗଠନ କରାଯାଇ ଛାନଭିନ ଆରମ୍ଭ ହୋଇଥିଲା।ତଦନ୍ତ ସମୟରେ ଉପରୋକ୍ତ ତଥ୍ୟ ପୋଲିସ ସାମନାକୁ ଆସିଥିଲା।ଏହି ସମୟରେ ସହରରେ ଥିବା ଦରକାରୀ ସିସିଟିଭି ଫୁଟେଜ ଗୁଡିକର ତର୍ଜମା କରାଯାଇଥିଲା।

ତୁରନ୍ତ ପୋଲିସ ର ଦୁଇଟି ଦଳ ରାଜ୍ୟର ଦୁଇଟି ବୋର୍ଡର ଅଂଚଳକୁ ଯିବା ସହ ରାସ୍ତାରେ ଥିବା ସମସ୍ତ ପୋଲିସ ଥାନା ଗୁଡିକୁ ସତର୍କ କରାଗଲା।ଶେଷରେ ଛତିଶଗଡ଼ ର ବଲୋଡ଼ା ବଜାର ଜିଲ୍ଲା ହାତରେ ଲୁଟେରା ମାନେ ଧରପଡିବା ସହ ଲୁଟ ଟଙ୍କାର ୧୮,୫୦୦୦୦ ଜବତ ହେଲା।

ସମସ୍ତ ଅଭିଯୁକ୍ତଙ୍କୁ ଅନୁଗୁଳ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିବା ସହ ରିମାଣ୍ଡରେ ନେବ ଆଗକୁ ଯାଞ୍ଚ କରିବା ପାଇଁ।ଏ ସମସ୍ତ ସୂଚନା ଜିଲ୍ଲା ପୋଲିସ ପକ୍ଷରୁ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଛି।

ପୋଲିସ ଯଦି ତାର ତଦନ୍ତ କଡାକଡି କରିବ ତେବେ ଆଶାକରାଯାଉଛି ଯେ ଦେଶରେ ହୋଇଥିବା ଅନେକ ଏଟିଏମ୍ ଲୁଟର ତଥ୍ୟମିଳିବା ସହ ଏକ ବଡ଼ ଅନ୍ତରାଜ୍ୟ ଏଟିଏମ୍ ଲୁଟେରା ଗ୍ୟାଙ୍ଗର ପର୍ଦାଫାଶ ହୋଇପାରିବ।

Leave A Reply

Your email address will not be published.