Webportal

ସମ୍ପତି ଲୋଭରେ ଦିଅରର ଭାଉଜକୁ ହତ୍ୟା ଅଭିଯୋଗ

0 208

ସମ୍ପତ୍ତି ଲୋଭରେ ଦିଅର ର ଭାଉଜଙ୍କୁ ହତ୍ୟା ଅଭିଯୋଗ। ବାରିପଦା ସଦର ଥାନା ଅନ୍ତର୍ଗତ ଲକ୍ଷ୍ମୀପୋଷି ଇନ୍ଦୁପାହି ଅଞ୍ଚଳର ହିସି ହେମ୍ବ୍ରମ୍(୪୦)ଙ୍କୁ ତାଙ୍କ ଦିଅର ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ଭାଇ ରାଜେଶ ବାସ୍କେଙ୍କ ଅଭିଯୋଗ ପରେ ସଦର ଥାନା ପୁଲିସ୍ ମହିଳାଙ୍କ ଦିଅରକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ଆଇଆଇସି ସ୍ବର୍ଣ୍ଣଲତା ମିଞ୍ଜ୍ ସୂଚନା ଦେଇଛନ୍ତି। ମୃତକଙ୍କର ସ୍ବାମୀ ପୂର୍ବରୁ ମୃତ୍ୟୁବରଣ କରିସାରିଛନ୍ତି। ନିଜର କୌଣସି ପିଲାପିଲି ନଥିବାରୁ ମହିଳାଜଣଙ୍କ ଘରେ ଏକୁଟିଆ ରହୁଥିଲେ। ତେବେ ପୂର୍ବରୁ ମଧ୍ୟ ମହିଳାଙ୍କ ସହିତ ତାଙ୍କ ସମ୍ପର୍କୀୟଙ୍କର ପାରିବାରିକ ବିବାଦ ରହିଥିବା ପୁଲିସ୍ ସୂତ୍ରରୁ ପ୍ରକାଶ। ଆଜି ସକାଳୁ ହିସି ମରିପଡ଼ିଥିବା ଦେଖିବାକୁ ମିଳିଥିଲା। କୌଣସି କ୍ଷତ ଚିହ୍ନ ନଥିବାରୁ ମହିଳାଙ୍କୁ ତଣ୍ଟି ଚିପି କିମ୍ବା ଅଣନିଶ୍ବାସୀ କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଏନେଇ ବାରିପଦା ସଦର ଥାନାରେ କେସ୍ ନଂ-୧୫୪ ଆଧାରରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ପୁଲିସ୍ ପକ୍ଷରୁ ପ୍ରକାଶ।

Leave A Reply

Your email address will not be published.